ବୀମା ଅର୍ଥ ଜାଲିଆତି କରୁଛନ୍ତି କି ? ସାବଧାନ !

insurance

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାଲ୍ ଦୁର୍ଘଟଣା ରିପୋର୍ଟ ତିଆରି କରି ବୀମା କମ୍ପାନୀଙ୍କ ଠାରୁ ଟଙ୍କା ହଡପ୍ କରୁଥିବା ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଏନେଇ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା। ସମସ୍ତ ଏସ୍‌ପି ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି।

ଜାଲ୍ ଦୁର୍ଘଟଣା ରିପୋର୍ଟ ପ୍ରସ୍ତୁତ କରି ବୀମା କମ୍ପାନୀଙ୍କୁ ଠକେଇ ପଛରେ ଏକ ରାକେଟ୍ କାମ କରୁଛି। ଏଥିରେ କିଛି ଆଇନଜୀବୀ, ଡାକ୍ତର, ପରିବହନ ଅଧିକାରୀ ଓ ପୋଲିସ କର୍ମଚାରୀ ସଂପୃକ୍ତ ଥିବା ସାମ୍ନାକୁ ଆସଥିବା କହିଛନ୍ତି ପୋଲିସ ଡିଜି। ଏହାକୁ ରୋକିବା ଲାଗି ଭେଇକିଲ୍ ଇନ୍‌ସ୍ୟୁରାନ୍ସ ଆବେଦନ ବେଳେ ସତର୍କତା ଅବଲମ୍ବନ କରିବାକୁ ଡିଜିପି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Previous ArticleNext Article

Send this to a friend