ଚାକିରି ନାଁରେ ଠକେଇ

ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ ୩୪ ଜଣ ଯୁବକ ଠକେଇର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା […]

kalahandi

kalahandi

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 10:57 AM IST

ଭବାନୀପାଟଣା(ଅଜିତ ସିଂ): କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଆଦର୍ଶ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ପଦବୀରେ ନିଯୁକ୍ତି ବେଳେ ଘୋଟାଲା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଚୁକ୍ତି କରି ଭିନ୍ନ ଭିନ୍ନ ସଂସ୍ଥା କର୍ମଚାରୀ ଯୋଗାଇ ଦେଉଥିବା ବେଳେ ଚାକିରି ନାଁରେ ୩୪ ଜଣ ଯୁବକ ଠକେଇର ଶିକାର ହୋଇଛନ୍ତି। ଖାଲି ସେତିକି ନୁହେଁ, ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ନାଁରେ ଏକ ସଂସ୍ଥା ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଟେଣ୍ଡର ହାତେଇ ଥିବା କଥା ବି ସାମ୍ନାକୁ ଆସିଛି।

କଳାହାଣ୍ଡି ଜିଲ୍ଲାର ୧୩ଟି ଆଦର୍ଶ ବିଦ୍ୟାଳୟରେ ଆଟେଣ୍ଡାଣ୍ଟ୍, ଓ୍ୱାଚମ୍ୟାନ୍ ଓ ପିଅନ ପଦବୀରେ ନିଯୁକ୍ତି ଦେଇ ବହୁ ଚାକିରି ଆଶାୟୀଙ୍କଠାରୁ ଟଙ୍କା ନେଇଥିଲା ଗ୍ରୁପ୍ ଫାଇଭ ସିକ୍ୟୁରିଟି ସଂସ୍ଥା। ହେଲେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ କୌଣସି କାରଣରୁ ଏହି ସଂସ୍ଥାର ଟେଣ୍ଡର ବାତିଲ କରିବାରୁ କମ୍ପାନୀରୁ ୩୪ କର୍ମଚାରୀ ଛଟେଇ ହୋଇଛନ୍ତି। ଅନ୍ୟପକ୍ଷରେ ଜଗନ୍ନାଥ ସିକ୍ୟୁରିଟି ସର୍ଭିସ୍ ନାଁରେ ଆଉ ଏକ ନୂଆ ସଂସ୍ଥା ମାନବସମ୍ବଳ ଯୋଗାଣର ନୂଆ ଦାୟିତ୍ୱ ନେଇଥିଲେ ବି ପୁରୁଣା କର୍ମଚାରୀଙ୍କୁ ଗ୍ରହଣ କରିନି। ଫଳରେ ୧୦ ମାସ ଧରି ବିନା ଦରମାରେ କାମ କରି ଏବେ ଛଟେଇ ହୋଇଥିବାରୁ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି ଏହି କର୍ମଚାରୀ।

ତେବେ ଅଭିଯୋଗ ଭିତରେ ଆଉ ଏକ ବଡ଼ ବେନିଅମ୍ କାର୍ଯ୍ୟର ବି ପର୍ଦ୍ଦାଫାସ ହୋଇଛି। ପୁରୁଣା କର୍ମଚାରୀଙ୍କୁ ଚାକିରି ଦେଉନଥିବା ନୂଆ ସଂସ୍ଥା ଜଗନ୍ନାଥ ସିକ୍ୟୁରିଟି ସର୍ଭିସ ଜାଲ ଡକ୍ୟୁମେଣ୍ଟ ଦେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ଟେଣ୍ଡର ହାତେଇ ଥିବା କଥା ସାମ୍ନାକୁ ଆସିଛି। ଏପରିକି ଏହି ସଂସ୍ଥା ୫ଟି ଜିଲ୍ଲାରେ OAV ପାଇଁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଯୋଗାଇ ଦେବାକୁ ଅନୁମତି ପାଇଥିଲେ ବି ଅତିରିକ୍ତ ପୋଲିସ ଡିଜିଙ୍କ ଚିଠି ଜାଲ କରି ୫ ଜିଲ୍ଲା ପରିବର୍ତ୍ତେ ସବୁ ଜିଲ୍ଲା ପାଇଁ ଅନୁମତି ପାଇଥିବା ଉଲ୍ଲେଖ କରିଛି। ADGଙ୍କ ଚିଠିକୁ ଜାଲିଆତି କରି ଏହି ସଂସ୍ଥା କଳାହାଣ୍ଡି ଜିଲ୍ଲାରେ ବେଆଇନ୍  ଭାବେ OAVରେ କର୍ମଚାରୀ ଯୋଗାଣ ଲାଗି ଟେଣ୍ଡର ହାସଲ କରିଥିବା RTIରେ ଜଣାପଡ଼ିବା ପରେ ସଂପୃକ୍ତ ସଂସ୍ଥା ବିରୋଧରେ ଥାନାରେ ମାମଲା ଦାଏର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story