ଜାଲନୋଟ କାରବାର ମାମଲାରେ ଆଉ ଜଣେ ଗିରଫ

fake note

ଭୁବନେଶ୍ୱର:  ଜାଲନୋଟ କାରବାର ମାମଲାରେ ରତ୍ନାକର ସିଂହ ନାମକ ଆଉ ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ। ରତ୍ନାକରଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବେତନଟୀ ଗାଁରେ।

ପୂର୍ବରୁ ସାଲିଆସାହିରେ ଏକ ଘରେ ଜାଲ ନୋଟ ଛପା ଯାଉଥିବା ଖବର ପାଇ ବାରିପଦା ପୋଲିସ କମିଶନରେଟ ପୋଲିସ ସହଯୋଗରେ ଚଢାଉ କରିଥିଲା। ଏହି ଘଟଣାରେ ସେତେବେଳେ ସାଗେନ ଟୁଡୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ମୟୂରଭଞ୍ଜ ପୋଲିସ ସୂଚନା ଆଧାରରେ ଏବେ ରତ୍ନାକରଙ୍କୁ ଗିରଫ କରାଯାଇଛି। ଏନେଇ ତଦନ୍ତ ଜାରି ରଖିଛି କମିଶନରେଟ ପୋଲିସ।

SHARE THIS

RELATED ARTICLES

LEAVE COMMENT