ଶ୍ରେଣୀ ଗୃହରେ ଛିଣ୍ଡି ପଡ଼ିଲା ଫ୍ୟାନ୍‌; ଆହତ ଛାତ୍ରୀ କହିଲେ ଆଗରୁ ବି ପଡ଼ିଥିଲା

student

ଢେଙ୍କାନାଳ: ସ୍କୁଲ୍‌ରେ ଅଘଟଣ। କ୍ଲାସ୍‌ରେ ବସିଥିବା ବେଳେ ଛାତ୍ରୀଙ୍କ ଉପରେ ପଡ଼ିଗଲା ଫ୍ୟାନ୍‌। ଘଟଣାଟି ଘଟିଛି ଢେଙ୍କାନାଳର ଲକ୍ଷ୍ମୀବଜାର ସ୍ଥିତ ସୁଲକ୍ଷଣାଦେବୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଆହତ ଛାତ୍ରୀଙ୍କ ନାଁ ମିଲି ସେଠୀ। ସେ ଦଶମ ଶ୍ରେଣୀର ଛାତ୍ରୀ। ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି।

ମିଲି କହିଛନ୍ତି,“ମୁଁ କ୍ଲାସ୍‌ରେ ବସି ପଢ଼ୁଥିଲି। ହଠାତ୍ ଫ୍ୟାନ୍‌ଟି ମୋ ମୁଣ୍ଡ ଉପରେ ପଡ଼ିଗଲା। ଏ ଫ୍ୟାନ୍‌ଟି ପୂର୍ବରୁ ଏମିତି ପଡ଼ି ଥିଲା। ଏନେଇ ଅଭିଯୋଗ ବି କରିଥିଲୁ। ତେବେ ଫ୍ୟାନ୍‌ଟି ସଜଡ଼ା ହୋଇଛି ବୋଲି ସାର୍‌ମାନେ କହିଥିଲେ।”

ସ୍କୁଲ୍‌ର ଜଣେ ଶିକ୍ଷୟିତ୍ରୀ ମୀନତି ଦେହୁରୀ ଏ ଘଟଣା ପାଇଁ ‍ବିଦ୍ୟୁତ୍‌ ବିଭାଗକୁ ଦାୟୀ କରିଛନ୍ତି। ସେ କହିଛନ୍ତି,“ସକାଳ ପ୍ରାର୍ଥନା ପରେ ପିଲାମାନେ ଶ୍ରେଣୀ ଗୃହରେ ବସିଥିବା ବେଳେ ଏହି ଦୁର୍ଘଟଣା ଘଟିଲା। କେମିତି ପଡ଼ିଲା ତାହା ମୁଁ ଦେଖିନି। ପ୍ରତିବର୍ଷ ଆମର ଦୁଇ ତିନି ଥର ଯାଞ୍ଚ ହୁଏ। ଜିଇଡିକୁ ହିଁ ଆମର ସବୁ ବେଳେ ଚିଠି କରାଯାଏ। ସେମାନେ ଆସି ଯାଞ୍ଚ କରନ୍ତି ଓ ସଜାଡ଼ନ୍ତି। ସେମାନେ ଯଦି ଯାଞ୍ଚ ବେଳେ ଅଣଦେଖା କରିଥିବେ ତା’ହେଲେ ସେମାନଙ୍କର ଦୋଷ ହେବ।”

Previous ArticleNext Article

Send this to a friend