ଗର୍ଜିଲେ ଚାଷୀ: ଆମକୁ ପ୍ରାଇସ୍ ପ୍ରେଷ୍ଟିଜ୍ ଓ ପେନ୍‌ସନ୍ ଦିଅ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମୁଣ୍ଡିଦେଉଳି ଶିବ ମନ୍ଦିରରୁ ଆଜି ନବ ନିର୍ମାଣ କୃଷକ ସଂଗଠନର ଏକ ବିରାଟ ଚାଷୀମେଳି ଅନୁଷ୍ଠିତ ହୋଇଯାଇଛି। ଏହା ପରେ ଚାଷୀମାନେ ଜିଲ୍ଲା ସଂଯୋଜକ ବିପ୍ରବର ସାହୁଙ୍କ ଅଧ୍ୟକ୍ଷତାରେ କାମାକ୍ଷାନଗର ବଜାର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ଆଗରେ ଆନ୍ଦୋଳନ କରିଥିଲେ। ଏ ଅଂଚଳର ଚାଷୀମାନେ ମୁଖ୍ୟତଃ ୬ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେଗୁଡ଼ିକ ହେଲା…

  • ଚାଷୀର ସୁରକ୍ଷା ଭତ୍ତା ମାସକୁ ୫ ହଜାର କରାଯାଉ
  • ଚାଷୀର ଉତ୍ପାଦିତ ଦ୍ରବ୍ୟର ସହାୟକ ମୂଲ୍ୟ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୫ ହଜାର ଟଙ୍କା କରାଯାଉ
  • ଚାଷୀଙ୍କୁ ସମ୍ମାନ ମିଳୁ
  • ଏ ଅଞ୍ଚଳରେ ଲାଗି ରହିଥିବା ହାତୀ ଉପଦ୍ରବର ତୁରନ୍ତ ସମାଧାନ କରାଯାଉ
  • କୃଷିଋଣ ଛାଡ଼ କରାଯାଉ
  • ଏବଂ ଫସଲ ବୀମା ଦିଆଯାଉ

ଏହି ଆନ୍ଦୋଳନରେ ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ରାଉତ, ଶଶାଙ୍କ ଶେଖର ରଥ, ରାଜ୍ୟ ସଦସ୍ୟ ସୁଶାନ୍ତ କୁମାର ସ୍ଵାଇଁ, କାମାକ୍ଷାନଗର ବ୍ଲକ ସଂଯୋଜକ ଶରତ ପଟ୍ଟନାୟକ, ଗଙ୍ଗାଧର ନାୟକ, ଯାଜପୁର ସଂଯୋଜକ ଦୁର୍ଗାପ୍ରସାଦ ଦାସ, କଙ୍କଡାହାଡ଼ ସଂଯୋଜକ ଧନେଶ୍ଵର ସାହୁ, ଜିଲ୍ଲା ସହ-ସଂଯୋଜକ ପ୍ରହଲ୍ଲାଦ ସାହୁ, ଯୁବ ସଂଯୋଜକ ମନୋଜ କୁମାର ବିଶ୍ଵାଳ, ପୂର୍ଣଚନ୍ଦ୍ର ସାହୁ, ସନ୍ଦିପ ଲେଙ୍କାଙ୍କ ସମେତ କାମାକ୍ଷାନଗର ଉପଖଣ୍ଡର ଶତାଧିକ ଚାଷୀ ସାମିଲ ହୋଇଥିଲେ। ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଜସ୍ୱ ଅଧିକାରିଣୀ ଝରଣା ପ୍ରଧାନଙ୍କୁ ଦାବିପତ୍ର ପ୍ରଦାନ କରାଯାଉଥିଲା।

Previous ArticleNext Article

Send this to a friend