ବରଗଡ଼: ନିର୍ବାଚନୀ ଉଷ୍ମତା ଭିତରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଜେପୁର ଉପ ନିର୍ବାଚନକୁ ନେଇ ସେଠାରେ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ଗାଇସିଲଟ ବ୍ଲକର ନୂଆପାଲ୍ଲୀ ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଖେମସାଗର ବିଶ୍ୱାଳ। ଫସଲହାନୀ ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p> <p>ଖେମସାଗର ଗତ ୧୫ ତାରିଖରେ ବିଷ ପିଇ ଦେଇଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। &nbsp;ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ- ଝିଅ ବାହାଘର ପାଇଁ ସେ ମହାଜନୀ ଋଣ କରିଥିଲେ। କିନ୍ତୁ କ୍ରମାଗତ ଭାବେ ୩ ବର୍ଷ ଧରି ଫସଲହାନୀ ହେବା ପରେ ଋଣ ଶୁଝି ନ ପାରିବାରୁ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି।&nbsp; ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗତକାଲି ମୃତ ଚାଷୀଙ୍କ ଘରକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ସାନ୍ତନା ଜଣାଇଛନ୍ତି ।</p>

Ordigital Desk
  • Published: Monday, 19 February 2018
  • Updated: 19 February 2018, 07:42 AM IST

Sports

Latest News

<p>ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଜେପୁର ଉପ ନିର୍ବାଚନକୁ ନେଇ ସେଠାରେ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ଗାଇସିଲଟ ବ୍ଲକର ନୂଆପାଲ୍ଲୀ ଗାଁରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଙ୍କ ନାଁ ଖେମସାଗର ବିଶ୍ୱାଳ। ଫସଲହାନୀ ଓ ଋଣ ଭାର ଯୋଗୁଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।</p><p>ଖେମସାଗର ଗତ ୧୫ ତାରିଖରେ ବିଷ ପିଇ ଦେଇଥିଲେ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। &nbsp;ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ- ଝିଅ ବାହାଘର ପାଇଁ ସେ ମହାଜନୀ ଋଣ କରିଥିଲେ। କିନ୍ତୁ କ୍ରମାଗତ ଭାବେ ୩ ବର୍ଷ ଧରି ଫସଲହାନୀ ହେବା ପରେ ଋଣ ଶୁଝି ନ ପାରିବାରୁ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି।&nbsp; ଏନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗତକାଲି ମୃତ ଚାଷୀଙ୍କ ଘରକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବା ସହ ପରିବାର ଲୋକଙ୍କୁ ସାନ୍ତନା ଜଣାଇଛନ୍ତି ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos