ସମୁଦି ଘରେ ଝୁଲି ପଡ଼ିଲେ ସମୁଦି: ଝିଅର ସଂସାର ବଞ୍ଚାଇବାକୁ ଯାଇ ସଂସାର ଛାଡ଼ିଲେ

ମାଲକାନଗିରି (ଓଡ଼ିଶା ରିପୋର୍ଟର): ଯାଇଥିଲେ ଝିଅର ସଂସାର ବଞ୍ଚାଇବାକୁ। କିନ୍ତୁ ନିଜ ସଂସାର ଛାଡ଼ି ଦେଲେ। ସାଥୀରେ ଝିଅ ମଧ୍ୟ ଚାଲିଗଲା। ସମୁଦି ଘରୁ ବାହାରିଲା ଝୁଲନ୍ତା ମୃତଦେହ। ଝିଅ ବି ଝୁଲୁଥିଲା ପଙ୍ଖାରେ। ପୂରା ମାଲକାନଗିରିରେ ଚହଳ ପକାଇ ଦେଇଛି ବାପ-ଝିଅଙ୍କ ଏହି ମୃତ୍ୟୁ ଘଟଣା। ଏପର୍ଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ସ୍ପଷ୍ଟ ହୋଇନି। ଘଟଣାଟି ଘଟିଛି ଏମ୍‌ଭି-୭୯ ଗାଁରେ।

ମାଲକାନଗିରି ଜିଲ୍ଲା ଏମ୍‌ଭି-୧୧୨ ଗାଁର ସପନ ସରକାର। ଦୁଇ ବର୍ଷ ତରେ ତାଙ୍କ ଝିଅ ଅଞ୍ଜଳିଙ୍କର ଏମଭି-୭୯ ଥାନା ଅନ୍ତର୍ଗତ ଇରିଗେସନ କଲୋନୀରେ ବାହାଘର ହୋଇଥିଲା। ବାହାଘର ପରେ ଅଞ୍ଜଳିଙ୍କୁ ଶ୍ୱଶୁର ଘର ଲୋକେ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଖବର ପାଇ ସପନ ଗତକାଲି ଝିଅ ଘରକୁ ଯାଇଥିଲେ। ଭାବିଥିଲେ ବୁଝାଶୁଝା କରି ଝିଅର ସଂସାର ବଞ୍ଚାଇଦେବେ। କିନ୍ତୁ ଜାଣିନଥିଲେ ଝିଅ ସହିତ ନଜର ମଧ୍ୟ ମୃତ୍ୟୁ ହୋଇଯିବ।

ଆଜି ସକାଳେ ଅଞ୍ଜଳିଙ୍କ ଶ୍ୱଶୁର ଘର କବାଟ ବନ୍ଦ ରହିଥିଲା। ଦୀର୍ଘ ସମୟ ଧରି କବାଟ ବନ୍ଦ ରହିଥିବାରୁ ପଡୋଶୀଙ୍କ ମନରେ ସନ୍ଦେହ ହୋଇଥିଲା। ଝରକା ଫାଙ୍କରେ ପୃଥକ କୋଠରୀ ବାପ-ଝିଅଙ୍କ ଝୁଲନ୍ତା ମୃତ ଦେହ ଦେଖି ତାଜୁବ ହୋଇଯାଇଥିଲେ ପଡ଼ୋଶୀ। ପରେ ଏନେଇ ଏମ୍‌ଭି-୭୯ ଥାନାରେ ଅଭିଯୋଗ କରିଥିଲେ। ମୃତ ସପନଙ୍କ ପୁଅଙ୍କ ଅଭିଯୋଗ କ୍ରମେ ପୋଲିସ ମାଜିଷ୍ଟ୍ରେଟଙ୍କ ଉପରେ ଦୁଇଟି ମୃତଦେହ ଓ ଦୁଇଟି ସୁଇସାଇଡାଲ୍‌ ନୋଟ୍‌ ଜବତ କରି ମାମଲା ରୁଜୁ ତଦନ୍ତ ଆରମ୍ଭ କରିଦେଇଛି।

Previous ArticleNext Article

Send this to a friend