ଜମିରେ ପାଣି ମଡ଼ାଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୬ ଆହତ

koraput

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ବ୍ଲକ ମାଳିଡୋଳିଆମ୍ବ ଗାଁରେ ପାଣି ମଡାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୬ ଜଣ ଆହତ ହୋଇଛନ୍ତି। ଚିକିତ୍ସା ଲାଗି ଆହତମାନଙ୍କୁ ସୁନାବେଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଚାଷ ଜମିରେ ପାଣି ମଡ଼ାଇବାକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଗାଁରେ ଏବେ ବି ଉତ୍ତେଜନା ଲାଗି ରହିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Previous ArticleNext Article

Send this to a friend