ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ

ପାରାଦୀପ: ପାରାଦୀପ ତୈଳ ବିଶୋଧନାଗାର ପରିସରରେ  ଆଜି ଅଗ୍ନିକାଣ୍ଡ ଘଟିଛି। ଏକ ନମ୍ବର ଗେଟ୍ ନିକଟରେ ଥିବା ତୈଳ ପାଇପରେ ନିଆଁ ଲାଗିଥିବା ଜଣାପଡ଼ିଛି। ତେବେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି।  ନିଆଁ ଯୋଗୁ କମ୍ପାନୀ ପରିସରରୁ ଅଧିକମାତ୍ରାରେ ଧୂଆଁ ଉଠୁଥିବା ଦେଖିବାକୁ ମିଳିଛି।  ଅଗ୍ନିକାଣ୍ଡରେ ଯୋଗୁଁ କ’ଣ  କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ।  ଆଇଓସିଏଲ କର୍ତ୍ତୃପକ୍ଷ ଏ ନେଇ କୌଣସି ସୂଚନା ଦେଇନାହାଁନ୍ତି।  ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି।

Previous ArticleNext Article

Send this to a friend