ଦେବୀଙ୍କ କୋପରେ ଘରେ ଲାଗୁଛି କି ନିଆଁ ? ଠାକୁରାଣୀଙ୍କୁ ସନ୍ତୁଷ୍ଟ କରିବାକୁ ଚାଲିଛି ପୂଜାର୍ଚ୍ଚନା

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ରହସ୍ୟମୟ ଭାବେ ଘରେ ଲାଗୁଛି ନିଆଁ! ୧୦ ଦିନରେ ହେଲା ବାରମ୍ୱାର ନିଆଁ ଲାଗୁଛି। ଦେବୀଙ୍କ କୋପ ଯୋଗୁଁ ଘରେ ନିଆଁ ଲାଗୁଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଗାଁ ଲୋକେ ଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏପରି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ଦରସିଙ୍ଗା ଗାଁରେ ଦେଖିବାକୁ ମିଳିଛି। କନ୍ଦରସିଙ୍ଗା ଶବର ସାହିରେ ଅଗ୍ନିକାଣ୍ଡ ଘଟି ୫୦ରୁ ଊର୍ଦ୍ଧ୍ୱ ଘର ଜଳି ଯାଉଛି। ଏହି ନିଆଁ ନିୟମିତ ବ୍ୟବଧାନରେ ବାରମ୍ୱାର ଘରେ ଲାଗିଛି। ତେବେ […]

fire in kamakhayanager

fire in kamakhayanager

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 06:22 PM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ରହସ୍ୟମୟ ଭାବେ ଘରେ ଲାଗୁଛି ନିଆଁ! ୧୦ ଦିନରେ ହେଲା ବାରମ୍ୱାର ନିଆଁ ଲାଗୁଛି। ଦେବୀଙ୍କ କୋପ ଯୋଗୁଁ ଘରେ ନିଆଁ ଲାଗୁଥିବା ସନ୍ଦେହ କରାଯାଉଛି। ସେଥିପାଇଁ ଗାଁ ଲୋକେ ଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି। ଏପରି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ଦରସିଙ୍ଗା ଗାଁରେ ଦେଖିବାକୁ ମିଳିଛି।

କନ୍ଦରସିଙ୍ଗା ଶବର ସାହିରେ ଅଗ୍ନିକାଣ୍ଡ ଘଟି ୫୦ରୁ ଊର୍ଦ୍ଧ୍ୱ ଘର ଜଳି ଯାଉଛି। ଏହି ନିଆଁ ନିୟମିତ ବ୍ୟବଧାନରେ ବାରମ୍ୱାର ଘରେ ଲାଗିଛି। ତେବେ ନିଆଁ କେମିତି ଲାଗୁଛି, ତାହା ଗାଁ ଲୋକେ ଜାଣିପାରୁ ନାହାନ୍ତି। ଯାହାଫଳରେ ଲୋକେ ଘରେ ରହିବାକୁ ନିରାପଦ ମଣୁ ନାହାନ୍ତି। ଜୀବନ ବିକାଳରେ ଘରୁ ସବୁ ଜିନିଷପତ୍ର ଧରି ଖୋଲା ଜାଗାକୁ ଚାଲି ଯାଉଛନ୍ତି। ସେଠାରେ ପଲଥିନ୍‌ ତଳେ ଜୀବନ ଅତିବାହିତ କରୁଛନ୍ତି। ଦେବୀଙ୍କ କୋପ ଦୃଷ୍ଟି ପଡ଼ିଥିବାରୁ ଘରେ ନିଆଁ ଲାଗୁଥିବା ଗାଁ ଲୋକେ ସନ୍ଦେହ କରୁଛନ୍ତି। ସେଥିପାଇଁ ଦେବୀଙ୍କୁ ପୂଜାର୍ଚ୍ଚନା କହିବା ସହିତ ଅଧିଆ ପଡ଼ିଥିବା ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଲା ୧୦ ଦିନ ହେଲା ଘରେ ବାରମ୍ୱାର ନିଆଁ ଲାଗୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ତିଳେ ମାତ୍ର ନଜର ଦେଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଆଜି କାମାକ୍ଷାନଗର ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ ମଲ୍ଲିକ କନ୍ଦରସିଙ୍ଗା ଗାଁକୁ ଯାଇ ଅଗ୍ନି ବିପନ୍ନଙ୍କୁ ଭେଟିଛନ୍ତି। ତେବେ ଦେବୀଙ୍କ କୋପରୁ ଅଗ୍ନିକାଣ୍ଡ ଘଟୁଥିବା କଥାକୁ ସେ ଅସ୍ୱୀକାର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos