‘କୁଇନ୍‌ କଲେକ୍‌ସନ୍‌’ରେ ଲାଗିଲା ନିଆଁ

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନିଶମ ବିଭାଗର ତାଗିଦ ସତ୍ତ୍ୱେ ସୋ’ରୁମ୍‌ ମାଲିମାନେ ଅଗ୍ନିନିର୍ବାପନ ବ୍ୟବସ୍ଥାକୁ ଠିକ୍‌ କରୁନାହାନ୍ତି। ଯାହାଫଳରେ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହେଉଛି। ଏହାର ପ୍ରତିଫଳନ କଟକରେ ବାରମ୍ୱାର ଘଟୁଛି। ଆଜି ପୁଣି କଟକରେ ଏକ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ଚୌଧୁରୀବଜାର ସ୍ଥିତ କୁଇନ କଲେକ୍‌ସନ ସୋ’ରୁମ୍‌ରେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ନିଆଁ ଲାଗିଛି। ତଳମହଲାରେ ଥିବା ଇଲେକ୍ଟ୍ରି ୱାରିଂରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର […]

fire in queen colletion

fire in queen colletion

Rakesh Mallick
  • Published: Monday, 12 February 2018
  • Updated: 12 February 2018, 05:34 PM IST

Sports

Latest News

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗ୍ନିଶମ ବିଭାଗର ତାଗିଦ ସତ୍ତ୍ୱେ ସୋ’ରୁମ୍‌ ମାଲିମାନେ ଅଗ୍ନିନିର୍ବାପନ ବ୍ୟବସ୍ଥାକୁ ଠିକ୍‌ କରୁନାହାନ୍ତି। ଯାହାଫଳରେ ସୋ’ରୁମ୍‌ରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହେଉଛି। ଏହାର ପ୍ରତିଫଳନ କଟକରେ ବାରମ୍ୱାର ଘଟୁଛି। ଆଜି ପୁଣି କଟକରେ ଏକ ସୋ’ରୁମରେ ଅଗ୍ନିକାଣ୍ଡ ଘଟିଛି। ଚୌଧୁରୀବଜାର ସ୍ଥିତ କୁଇନ କଲେକ୍‌ସନ ସୋ’ରୁମ୍‌ରେ ଆଜି ଦିନ ପ୍ରାୟ ସାଢେ ୧୨ଟା ସମୟରେ ନିଆଁ ଲାଗିଛି। ତଳମହଲାରେ ଥିବା ଇଲେକ୍ଟ୍ରି ୱାରିଂରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ବେଶୀ କିଛି କ୍ଷତି ଘଟିନଥିବା ଜଣାପଡ଼ିଛି।

ଭୁବନେଶ୍ୱରରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ହୋଟେଲ, ଜୁଏଲାରୀ ଓ ସପିଂମଲ୍‌ରେ ଚଢ଼ାଉ କରାଯାଇଛି। ରାଜଧାନୀରେ ଏମିତି ୨୬ଟି ଜାଗାରେ ଚଢ଼ାଉ ହୋଇଛି। କିଛିଦିନ ହେବ ସପିଂ ମଲ୍ ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିବା ବେଳେ, ସେଠାରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଏନେଇ ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos