ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>କଟକ, (ପ୍ରଭାତ ବିଷୋୟୀ): କଟକ ବଡ଼ ଡାକ୍ତରଖାନାର କାଜୁଆଲ୍ଟି ବିଲଡିଂରେ ଆଜି ଭୋର୍‌ ସମୟରେ ଅଗ୍ନିକାଣ୍ଡ ଘଟିଛି। ଘଡ଼ଘଡ଼ି ମାରିବାରୁ ସର୍ଟ ସର୍କିଟ୍‌ ହେବା ଫଳରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ନିଆଁ ଲାଗି ଆଇସିୟୁର ଏସି ପୋଡ଼ି ଯାଇଛି। ଏହାସହ ଅକ୍ସିଜେନ୍ ପାଇପ୍ ବି ଲିକ୍ ହୋଇଛି।</p> <p>ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ମରାମତି ପରେ ବିଲ୍ଡିଂରେ ବିଦ୍ୟୁତ୍‌ ସ୍ୱାଭାବିକ ହୋଇଛି। ତେବେ ଏସି ଠିକ୍ ହୋଇନାହିଁ।</p> <p>ଏହି ଘଟଣାକୁ ନେଇ ଏଠାରେ ଚିକିତ୍ସାଧୀନ ଥିବା ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ଭୟଭୀତ ହୋଇଯାଇଛନ୍ତି।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।