କନ୍‌ଷ୍ଟେବଳଙ୍କ ବେକରେ ବାଜିଲା ଗୁଳି

ସୁନ୍ଦରଗଡ଼ (ବିଜୟ ବରୁଆ): ସୁନ୍ଦରଗଡ଼ରେ ପୋଲିସ କନଷ୍ଟେବଳଙ୍କୁ ଗୁଳି। ଗତକାଲି ବିଳମ୍ବିତ ରାତିରେ ଖମାରିପଦାରେ ଏହି ଗୁଳିକାଣ୍ଡ ଘଟିଛି। ଏଥିରେ ସ୍ପେଶାଲ ବ୍ରାଞ୍ଚ କନଷ୍ଟେବଳ ସୌମେନ୍ଦ୍ର ସେଠୀ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ବେକରେ ଗୁଳି ବାଜିଛି। ସୌମେନ୍ଦ୍ରଙ୍କୁ ରାଉରକେଲା IGHରେ ସ୍ଥାନାନ୍ତର କରାଯାଇଛି।

ଗତକାଲି ରାତିରେ ପ୍ରାୟ ୧୦ଟା ହେବ। କ୍ରିଷ୍ଣା ଗୁପ୍ତା ଓ ତାଙ୍କର ୩ ଜଣ ସାଙ୍ଗ ଖମାରିପଡ଼ା ଛକରେ ଥିବା ଏକ ବିଅର ପାର୍ଲରରେ ବିଅର ପିଉଥିଲେ। ପରେ ନିଶାରେ ବିଅର ବୋତଲ ଗୁଡ଼ିକୁ ଭାଙ୍ଗୁ ଥିଲେ। ସେଠାରେ ଉପସ୍ଥିତ ଥିବା କିଛି ଯୁବକ ସେମାନଙ୍କୁ ମନା କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିଛି ସମୟ ପରେ କ୍ରିଷ୍ଣା ପାର୍ଲର ବାହାରକୁ ଆସି ରାସ୍ତା ଉପରେ ସେମାନଙ୍କ ଉପରକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଥିବା ସ୍ପେଶାଲ ବ୍ରାଞ୍ଚ୍ କନଷ୍ଟେଳ ସୌମେନ୍ଦ୍ର ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ନିଶାରେ ଟଳମଳ ହେଉଥିବା କ୍ରିଷ୍ଣା, ସୌମେନ୍ଦ୍ରଙ୍କ ଉପରକୁ ୪ ରାଉଣ୍ଡ ଗୁଳି କରିଥିଲେ। ସେଥିରୁ ଗୋଟିଏ ଗୁଳି ସୌମେନ୍ଦ୍ରଙ୍କ ବେକରେ ବାଜିଥିଲା।

ସୁନ୍ଦରଗଡ଼ ଏସପି ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କ୍ରିଷ୍ଣା ଫେରାର ଅଛି। ପୋଲିସ କ୍ରିଷ୍ଣାଙ୍କ ୩ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି।

Ordigital Desk
• Published: Thursday, 07 June 2018
• Updated: 07 June 2018, 08:01 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos