ସାଇବର ପର୍ଣ୍ଣୋଗ୍ରାଫି ଅପରାଧ ମାମଲା: ସୂଚନା ଅଧିକାର କର୍ମୀଙ୍କୁ ୬ ବର୍ଷ ଜେଲ ଓ ଜରିମାନା

ପୁରୀ: ସାଇବର ପର୍ଣ୍ଣୋଗ୍ରାଫି ଅପରାଧ ମାମଲାରେ ରାଜ୍ୟରେ ପ୍ରଥମ ଦଣ୍ଡ ବିଧାନ। ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ସହ ୯୦୦୦ ଟଙ୍କା ଜରିମାନା କରିଛନ୍ତି ପୁରୀ ଏସ୍‌ଡିଜେଏମଙ୍କ କୋର୍ଟ। ୨୦୧୨ରେ ପୁରୀ ବାସେଳି ସାହି ଥାନାରେ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ। ଯେଉଁଥିରେ ଜୟନ୍ତ ତାଙ୍କ ନାଁରେ ଫେକ୍ ମେଲ୍ ଆଇଡି ଖୋଲି ବିଭିନ୍ନ ପର୍ଣ୍ଣ ସାଇଟରେ […]

crimebranch

crimebranch

Rakesh Mallick
  • Published: Friday, 04 August 2017
  • Updated: 04 August 2017, 08:30 PM IST

Sports

Latest News

ପୁରୀ: ସାଇବର ପର୍ଣ୍ଣୋଗ୍ରାଫି ଅପରାଧ ମାମଲାରେ ରାଜ୍ୟରେ ପ୍ରଥମ ଦଣ୍ଡ ବିଧାନ। ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କୁ ୬ ବର୍ଷ ଜେଲ ଦଣ୍ଡାଦେଶ ସହ ୯୦୦୦ ଟଙ୍କା ଜରିମାନା କରିଛନ୍ତି ପୁରୀ ଏସ୍‌ଡିଜେଏମଙ୍କ କୋର୍ଟ।

୨୦୧୨ରେ ପୁରୀ ବାସେଳି ସାହି ଥାନାରେ ସାମ୍ବାଦିକ ବିଶ୍ୱଜିତ ପଟ୍ଟନାୟକ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସଙ୍କ ନାଁରେ ଏକ ମାମଲା ରୁଜୁ କରିଥିଲେ। ଯେଉଁଥିରେ ଜୟନ୍ତ ତାଙ୍କ ନାଁରେ ଫେକ୍ ମେଲ୍ ଆଇଡି ଖୋଲି ବିଭିନ୍ନ ପର୍ଣ୍ଣ ସାଇଟରେ ଅଶ୍ଳୀଳ ଫଟୋ ଛାଡ଼ିଥିବା ନେଇ ଅଭିଯୋଗ କରିଥିଲେ ବିଶ୍ୱଜିତ। ଏପରିକି ବିଶ୍ୱଜିତଙ୍କ ନାଁରେ ଓ୍ୱାଇଫ୍ ସେୟାରିଂ ଗ୍ରୁପରେ ଫଟୋ ସେୟାର କରିବା ସହ ବିଭିନ୍ନ ଅଶ୍ଳୀଳ ଲେଖା ଲେଖିଥିଲେ ଜୟନ୍ତ। ଏନେଇ ଅଭିଯୋଗ ହେବା ପରେ ବାସେଳି ସାହି ଥାନା ପୋଲିସ ମମଲା ରୁଜୁ କରି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା। ଜୟନ୍ତଙ୍କ ନାଁରେ ଥିବା ଲ୍ୟାଣ୍ଡଲାଇନ ଫୋନ ନମ୍ବରରୁ ଏହି ଫେକ୍ ମେଲ୍ ଆଇଡି ସୃଷ୍ଟି ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ବିଶ୍ୱଜିତ ପଟ୍ଟନାୟକ ଆଶ୍ୱସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି ଜୟନ୍ତ ଦାସଙ୍କ ଓକିଲ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos