ଶିକାରୀଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଆହତ

ନୀଳଗିରି(ବିଶ୍ୱମ୍ୱର ଦାସ): ଶିକାରୀଙ୍କ ଆକ୍ରମଣରେ ୫ ବନ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର କୁଲଡିହା ଅଭୟାରଣ୍ୟରେ।

ସୂଚନା ଅନୁସାରେ, ଶିକାର କରିବାକୁ ୮୦ରୁ ଅଧିକ ଲୋକ ଅଭୟାରଣ୍ୟକୁ ପଶିଥିବା ଖବର ପାଇ ସେମାନଙ୍କୁ ରୋକିବାକୁ ବନ କର୍ମଚାରୀମାନେ ଯାଇଥିଲେ। ହେଲେ ଶିକାରୀମାନେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ୫ ଜଣ ବନ କର୍ମଚାରୀ ଆହତ ହୋଇଛନ୍ତି।  ଜଣକର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Previous ArticleNext Article

Send this to a friend