ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୬ ଯବାନ ସହିଦ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆଜି ୬ ଯବାନ ସହିଦ୍ ହୋଇଛନ୍ତି। ଜଣେ ଯବାନ ଆହତ ହୋଇ ଦାନ୍ତେୱାଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ଦାନ୍ତେୱାଡା-କିରଣ୍ଡଲ ରାସ୍ତାର ଚୋଲନର ନିକଟରେ ବିସ୍ଫୋରଣ ହୋଇଥିଲା। ଦାନ୍ତେୱାଡ଼ାରୁ ବଚେଲି ଯାଇଥିଲେ ୭ ଯବାନ। ୨ ଦିନ ପରେ ବଚେଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଏଭଳି କାଣ୍ଡ ନିଶ୍ଚିତ ଭାବେ ସମ୍ୱେଦନଶୀଳ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ୨୦୧୭ରେ କୋରାପୁଟ ଜିଲ୍ଲା ସୁଙ୍କି ଘାଟିର ମୁଙ୍ଗାରଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ […]

mali

mali

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 02:42 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଛତିଶଗଡ଼ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଆଜି ୬ ଯବାନ ସହିଦ୍ ହୋଇଛନ୍ତି। ଜଣେ ଯବାନ ଆହତ ହୋଇ ଦାନ୍ତେୱାଡା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ ଦାନ୍ତେୱାଡା-କିରଣ୍ଡଲ ରାସ୍ତାର ଚୋଲନର ନିକଟରେ ବିସ୍ଫୋରଣ ହୋଇଥିଲା। ଦାନ୍ତେୱାଡ଼ାରୁ ବଚେଲି ଯାଇଥିଲେ ୭ ଯବାନ। ୨ ଦିନ ପରେ ବଚେଲିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବାରୁ ଏଭଳି କାଣ୍ଡ ନିଶ୍ଚିତ ଭାବେ ସମ୍ୱେଦନଶୀଳ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ୨୦୧୭ରେ କୋରାପୁଟ ଜିଲ୍ଲା ସୁଙ୍କି ଘାଟିର ମୁଙ୍ଗାରଭୂମୀରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୭ ଯବାନ ସହିଦ ହୋଇଥିଲେ। ଆସିଷ୍ଟାଣ୍ଡ ଡ୍ରାଇଭର ତାଲିମ ପାଇଁ ୧୩ ଯବାନ ସ୍ୱତନ୍ତ୍ର ଗାଡ଼ିରେ କୋରାପୁଟରୁ ଭୁବନେଶ୍ୱର ଆସୁଥିବା ବେଳେ ଏନ୍‌ଏଚ୍‌-୨୬ର ମୁଙ୍ଗାରଭୂମୀ ନିକଟରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos