ଦିଲ୍ଲୀରୁ ଆସିଥିବା ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରିଲାନି, କୋଲକତା ଫେରିଗଲା

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): କାଳବୈଖାଖୀ ପ୍ରବାହରେ ଆଜି ରାଜ୍ୟବ୍ୟାପି ପ୍ରବଳ ବର୍ଷା ହୋଇଛି। ଏଥିସହ ପବନ ଓ ଘଡ଼ଘଡ଼ି ହୋଇଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି। ପବନ ଯୋଗୁଁ ଅଧିକାଂଶ ସ୍ଥାନରେ ତାର ଛିଡ଼ିପଡ଼ିବାରୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ ନେଇ ସମସ୍ୟା ଉପୁଜିଛି। ଦିଲ୍ଲୀରୁ ଆସୁଥିବା ଭିସ୍ତାରା ୭୮୫  ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରି ନଥିଲା । ଫଳରେ ବିମାନଟି  କୋଲକାତା ପଳାଇଯାଇଥିଲା। ଅନ୍ୟପଟେ  ଅଧିକ ଜୋରରେ ପବନ […]

h-555

h-555

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 01:53 PM IST

Sports

Latest News

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): କାଳବୈଖାଖୀ ପ୍ରବାହରେ ଆଜି ରାଜ୍ୟବ୍ୟାପି ପ୍ରବଳ ବର୍ଷା ହୋଇଛି। ଏଥିସହ ପବନ ଓ ଘଡ଼ଘଡ଼ି ହୋଇଛି। ଏଥିଯୋଗୁଁ ବିଭିନ୍ନ ସ୍ଥାନରେ ଅନେକ କ୍ଷୟକ୍ଷତି ହୋଇଛି। ପବନ ଯୋଗୁଁ ଅଧିକାଂଶ ସ୍ଥାନରେ ତାର ଛିଡ଼ିପଡ଼ିବାରୁ ଟ୍ରେନ୍‌ ବାତିଲ ହୋଇଛି। ସେହିପରି ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ ନେଇ ସମସ୍ୟା ଉପୁଜିଛି। ଦିଲ୍ଲୀରୁ ଆସୁଥିବା ଭିସ୍ତାରା ୭୮୫  ବିମାନ ଭୁବନେଶ୍ୱରରେ ଓହ୍ଲାଇ ପାରି ନଥିଲା । ଫଳରେ ବିମାନଟି  କୋଲକାତା ପଳାଇଯାଇଥିଲା।

ଅନ୍ୟପଟେ  ଅଧିକ ଜୋରରେ ପବନ ହୋଇଥିବାରୁ ଟ୍ରେନ୍ ଲାଇନ୍ ଗୁଡ଼ିକ ଉପରେ ବିଦ୍ୟୁତ ତାର ଛିଡ଼ି ପଡ଼ିଛି। ଆଉ କିଛି ସ୍ଥାନରେ ସିଗନାଲ୍ କାମ କରୁ ନଥିବା ସୂଚନା ମିଳିଛି। ଭୁବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଲାଇନ୍ ଉପରେ ତାର ଛିଡ଼ି ପଡ଼ିଛି।  ଫଳରେ କଟକ-ପୁରୀ ସଟଲ୍ ଟ୍ରେନ ଅଟକି ରହିଛି। ବର୍ଷା, ପବନ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଦେଇଛନ୍ତି। ମେ ମାସରେ ଏଭଳି ବର୍ଷା ଅସ୍ୱାଭାବିକ୍‌। ଗତ ୧୨ ଘଣ୍ଟାର ବର୍ଷାରେ କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏପ୍ରିଲରୁ ଗତକାଲି ପର୍ଯ୍ୟନ୍ତ ବଜ୍ରପାତରେ ୬୧ ଜଣଙ୍କ ମୃତ୍ୟୁ ଘଟିଲାଣି ବୋଲି ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos