ଲଘୁଚାପ ପ୍ରଭାବ: ପ୍ରବଳ ବର୍ଷାରେ ୪ଟି ଗାଁ ଉବୁଟୁବୁ

village-submerged-due-to-heavy-rainfall

ଧର୍ମଗଡ଼: ଗତକାଲି ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଯୋଗୁଁ  କଳାହାଣ୍ଡି ଜିଲ୍ଲାରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଇନ୍ଦ୍ରାବତୀର ଦକ୍ଷିଣ କେନାଲର ଘେନୁଗୁଡା ନିକଟରେ ୧୦ ଫୁଟର ଘାଇ ହୋଇଛି। ଫଳରେ ୪ଟି ଗାଁରେ ବର୍ଷା ପାଣି ପଶି ଯାଇଛି। ଖଇରମାଳ,କପୁରମାଲ, ରଜାମୁଣ୍ଡା ଓ କୁରିଗୁମ୍ମା ଗାଁରେ ପାଣି ପ୍ରବାହିତ ହେଉଛି। ଏହିସବୁ ଗାଁ ଲୋକ ଏବେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି।

ଅନେକ ଚାଷ ଜମିରେ ବାଲିଚର ମାଡ଼ି ଯିବା ସହ ବହୁ ଫସଲ ନଷ୍ଟ ହୋଇଛି। ରାସ୍ତାରେ ପାଣି ବହୁଥିବାରୁ ମୁଖିଗୁଡା-ଜୟପାଟଣାକୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ପରିସ୍ଥିତିକୁ ଦେଖି ମଙ୍ଗଳପୁର ବ୍ୟାରେଜର ୫ଟି ଗେଟ୍‌ ଖୋଲାଯାଇଛି।

Previous ArticleNext Article

Send this to a friend