ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ବୁଲିବ ଫୁଡ୍‌ ଟେଷ୍ଟିଂ ଭ୍ୟାନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥ ଯାତ୍ରା ଶ୍ରୀକ୍ଷେତ୍ରରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଞ୍ଚ କରାଯିବ। ଏଥିପାଇଁ ୬ ଜଣ ଫୁଡ୍‌ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ଗୋଟିଏ ମୋବାଇଲ ଫୁଡ୍ ଟେଷ୍ଟିଂ ଭ୍ୟାନ୍ ମାସେ ଧରି ସହର ସାରା ଚକ୍କର କାଟିବ ଏବଂ ଫୁଡ୍‌ ଟେଷ୍ଟିଂ କରିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ। ଆସନ୍ତା ରଥଯାତ୍ରା ପାଇଁ ସଚିବାଳୟରେ ଆଜି ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ […]

ratha2

ratha2

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 05:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରଥ ଯାତ୍ରା ଶ୍ରୀକ୍ଷେତ୍ରରେ ହୋଟେଲ ଓ ରେଷ୍ଟୁରାଣ୍ଟରେ ଖାଦ୍ୟର ମାନ ଯାଞ୍ଚ କରାଯିବ। ଏଥିପାଇଁ ୬ ଜଣ ଫୁଡ୍‌ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି। ଏହାଛଡ଼ା ଗୋଟିଏ ମୋବାଇଲ ଫୁଡ୍ ଟେଷ୍ଟିଂ ଭ୍ୟାନ୍ ମାସେ ଧରି ସହର ସାରା ଚକ୍କର କାଟିବ ଏବଂ ଫୁଡ୍‌ ଟେଷ୍ଟିଂ କରିବ। ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ।

ଆସନ୍ତା ରଥଯାତ୍ରା ପାଇଁ ସଚିବାଳୟରେ ଆଜି ହୋଇଛି ପ୍ରଥମ ପ୍ରସ୍ତୁତି ବୈଠକ। ଏଥିରେ ଅଧ୍ୟକ୍ଷତା କରିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ବୈଠକରେ ରଥଯାତ୍ରା ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ। ବିଶେଷକରି ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀଙ୍କ ରହିବା ଓ ଖାଦ୍ୟ ପାନୀୟ ଉପରେ ବେଶୀ ଧ୍ୟାନ ଦିଆଯାଇଥିବା ଜଣାପଡ଼ିଛି।

ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକ ଟିମ ଗଠିତ ହୋଇଛି। ଯେଉଁ ଟିମ୍‌ ପୁରୀ ଯାଇ ସମସ୍ୟାର ଅନୁଧ୍ୟାନ କରିବ। ସେହିପରି ପୁରୀ ଭୁବନେଶ୍ୱର ଓ ପୁରୀ କୋଣାର୍କ ରାସ୍ତାରେ ଥିବା ସମସ୍ତ ପିଏଚ୍‌ସି ଓ ପିଏଚ୍‌ସିର ସମସ୍ୟା ସମାଧାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଜିର ବୈଠକରେ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଆଇନ ମନ୍ତ୍ରୀ ପ୍ରତାପ ଜେନା, ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରମୁଖ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos