କାଲିଠୁ କଳିଙ୍ଗ ଷ୍ଟାଡ଼ିୟମରେ ସୁପର କପ୍: ହକି ପରେ ରାଜଧାନୀରେ ଫୁଟବଲ୍‌ ଫିଭର୍‌

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ ଲିଗର ଟପ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ। ନକ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ। ଉଦଘାଟନୀ ମ୍ୟାଚରେ ସାମ୍ନା ସାମ୍ନି ହେବେ ଚେନ୍ନାଇୟାନ୍ ଏଫ୍ସି ଏବଂ ଆଇଜଲ ଏଫ୍ସି। ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିବା ସହ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ଖେଳିବା ନେଇ ଅାଶା ରଖିଛନ୍ତି।</p> <p>ସୁପର କପ୍ ଫୁଟବଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପୁରା ପ୍ରସ୍ତୁତ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଷ୍ଟାଡ଼ିୟମର ସବୁ ବର୍ଗର ଟିକେଟ୍ ମୂଲ୍ୟ ୨୦ ଟଙ୍କା&nbsp; ଧାର୍ଯ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟ ପାଇଁ ୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।&nbsp; ରାଜ୍ୟ ସରକାର ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି।</p>

Ordigital Desk
  • Published: Friday, 30 March 2018
  • Updated: 30 March 2018, 08:02 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଭୁବନେଶ୍ୱରରେ ହେବ ଫୁଟବଲ ମହାସମର। ଇଣ୍ଡିଆନ୍ ସୁପର ଲିଗର ଟପ୍ ୮ଟି କ୍ଲବ ଏବଂ ଆଇ ଲିଗର ଟପ ୮ଟି କ୍ଲବକୁ ନେଇ ଖେଳାଯିବ ସୁପର କପ ଫୁଟବଲ। ନକ ଆଉଟ ଭିତ୍ତିରେ ଖେଳାଯିବ ପ୍ରି-କ୍ୱାର୍ଟର ଫାଇନାଲ ମ୍ୟାଚ। ଉଦଘାଟନୀ ମ୍ୟାଚରେ ସାମ୍ନା ସାମ୍ନି ହେବେ ଚେନ୍ନାଇୟାନ୍ ଏଫ୍ସି ଏବଂ ଆଇଜଲ ଏଫ୍ସି। ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚି ଅଭ୍ୟାସ କରିବା ସହ ଭଲ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲ ଖେଳିବା ନେଇ ଅାଶା ରଖିଛନ୍ତି।</p><p>ସୁପର କପ୍ ଫୁଟବଲ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପୁରା ପ୍ରସ୍ତୁତ। ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଟୁର୍ଣ୍ଣାମେଣ୍ଟ। ଷ୍ଟାଡ଼ିୟମର ସବୁ ବର୍ଗର ଟିକେଟ୍ ମୂଲ୍ୟ ୨୦ ଟଙ୍କା&nbsp; ଧାର୍ଯ୍ୟ କରାଯାଇଛି। ଟୁର୍ଣ୍ଣାମେଣ୍ଟ ପାଇଁ ୧ କୋଟି ଟଙ୍କା ବ୍ୟୟ ଅଟକଳ ରହିଛି।&nbsp; ରାଜ୍ୟ ସରକାର ଏବଂ ଫୁଟବଲ ଆସୋସିଏସନ୍ ଅଫ୍ ଓଡ଼ିଶାର ମିଳିତ ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos