ଓଡ଼ିଶାରେ କମୁଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି।୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ୦. ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଅବଶ୍ୟ ୨୦୧୦ ତୁଳନାରେ ୨୦୧୭ରେ ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି।</p> <p>୨୦୧୦ରେ ଓଡ଼ିଶାକୁ ୫୦ହଜାର ୪୩୨ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭ରେ ଏକ ଲକ୍ଷ ୧୪ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକ ବଢ଼ିଛନ୍ତି ସତ କିନ୍ତୁ, ରାଜ୍ୟର ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ଜିଏସ୍&zwnj;ଡିପି କମିଛି। ୨୦୧୦ ମସିହାରେ ପର୍ଯ୍ୟଟନକୁ ନେଇ ରାଜ୍ୟର ଜିଏସ୍&zwnj;ଡିପି ୧୩.୪୨ ଥିବାବେଳେ ୨୦୧୭ରେ ଏହା କମି ୧୦.୬୬ରେ ପହଞ୍ଚିଛି।</p>

Ordigital Desk
  • Published: Sunday, 01 April 2018
  • Updated: 01 April 2018, 11:48 AM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଏକ ପ୍ରତିଶତ ପର୍ଯ୍ୟଟକ ମଧ୍ୟ ଓଡ଼ିଶାକୁ ଆସୁନାହାଁନ୍ତି।୨୦୧୭ରେ ଓଡ଼ିଶାକୁ ମୋଟ୍ ଏକ ଲକ୍ଷ ୧୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ। ଯାହା ସମଗ୍ର ଦେଶକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କର ମାତ୍ର ୦. ୯୮ ପ୍ରତିଶତ। ଓଡ଼ିଶା ପର୍ଯ୍ୟଟନକୁ ନେଇ ଯେତେ ପ୍ରକାର ରୋଡ୍ ଶୋ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମର ଆୟୋଜନ କଲେ ମଧ୍ୟ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରୁନାହିଁ। ବିଧାନସଭାରେ ବିଧାୟକ ଦିଲ୍ଲୀପ ରାୟ ଓ ପ୍ରଶାନ୍ତ କୁମାର ଜଗଦେବଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା। ଅବଶ୍ୟ ୨୦୧୦ ତୁଳନାରେ ୨୦୧୭ରେ ରାଜ୍ୟକୁ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି।</p><p>୨୦୧୦ରେ ଓଡ଼ିଶାକୁ ୫୦ହଜାର ୪୩୨ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ୨୦୧୭ରେ ଏକ ଲକ୍ଷ ୧୪ଜଣ ପର୍ଯ୍ୟଟକ ଆସିଛନ୍ତି। ପର୍ଯ୍ୟଟକ ବଢ଼ିଛନ୍ତି ସତ କିନ୍ତୁ, ରାଜ୍ୟର ଗ୍ରସ୍ ଷ୍ଟେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ ବା ଜିଏସ୍&zwnj;ଡିପି କମିଛି। ୨୦୧୦ ମସିହାରେ ପର୍ଯ୍ୟଟନକୁ ନେଇ ରାଜ୍ୟର ଜିଏସ୍&zwnj;ଡିପି ୧୩.୪୨ ଥିବାବେଳେ ୨୦୧୭ରେ ଏହା କମି ୧୦.୬୬ରେ ପହଞ୍ଚିଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos