ଜେଲରୁ ମୁକୁଳିବେ ପୋଲିସକୁ ହଲାପଟା କରିଥିବା ବିଦେଶିନୀ

ଭୁବନେଶ୍ୱର: ଜେଲରୁ ମୁକୁଳିବେ ରାଜଧାନୀରୁ ମାତାଲ ଅବସ୍ଥାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ବିଦେଶିନୀ। ୩୦ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର SDJMଙ୍କ କୋର୍ଟରୁ ତାଙ୍କୁ ଜାମିନ ଦେଇଛନ୍ତି। ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଗତ ଜୁଲାଇ ୨୪ ତାରିଖରେ ବିଦେଶିନୀଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ। ଏମିତିକି ଅନୁସନ୍ଧାନ ବେଳେ ବିଦେଶିନୀଙ୍କ ସେକ୍ସ ରାକେଟ୍ ଲିଙ୍କ୍ ମଧ୍ୟ ପଦାକୁ ଆସିଥିଲା। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଆଣିବା ପଛରେ ଦୁଇଜଣ […]

Druken-woman

Druken-woman

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 10:38 PM IST

ଭୁବନେଶ୍ୱର: ଜେଲରୁ ମୁକୁଳିବେ ରାଜଧାନୀରୁ ମାତାଲ ଅବସ୍ଥାରେ ଗିରଫ ହୋଇ ଝାରପଡା ଜେଲରେ ଥିବା ବିଦେଶିନୀ। ୩୦ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଭୁବନେଶ୍ୱର SDJMଙ୍କ କୋର୍ଟରୁ ତାଙ୍କୁ ଜାମିନ ଦେଇଛନ୍ତି। ପୋଲିସକୁ ଆକ୍ରମଣ କରିବା ଅଭିଯୋଗରେ ଗତ ଜୁଲାଇ ୨୪ ତାରିଖରେ ବିଦେଶିନୀଙ୍କୁ ଗିରଫ କରିଥିଲା ଖାରବେଳ ନଗର ଥାନା ପୋଲିସ। ଏମିତିକି ଅନୁସନ୍ଧାନ ବେଳେ ବିଦେଶିନୀଙ୍କ ସେକ୍ସ ରାକେଟ୍ ଲିଙ୍କ୍ ମଧ୍ୟ ପଦାକୁ ଆସିଥିଲା। ତାଙ୍କୁ ଦିଲ୍ଲୀରୁ ଭୁବନେଶ୍ୱର ଆଣିବା ପଛରେ ଦୁଇଜଣ ଦଲାଲଙ୍କ ହାତ ଥିବା ଜାଣି ସେମାନଙ୍କୁ ଖୋଜୁଛି ପୋଲିସ୍। ତାସହ ବିଦେଶିନୀ ରହୁଥିବା ପଟିଆର ମାରୁତି ଭିଲା ଘର କେୟାର ଟେକରକୁ ଗିରଫ କରିଥିଲା। ସେହିପରି ଘର ମାଲିକଙ୍କୁ ନୋଟିସ୍ ସତ୍ତ୍ୱେ ସେ ଏଯାଏଁ ଥାନାରେ ହାଜର ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos