ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ନବୀନ ନନ୍ଦ ନିଖୋଜ ହୋଇଯାଇଛନ୍ତି। ଏପରି କିଛି ଅଭିଯୋଗ କରିଛନ୍ତି ତାଙ୍କ ପୁଅ ସମ୍ବିତ। ସେ କହିଛନ୍ତି “ବାପା କୋଲକାତା ଯାଇଥିଲେ। ଆଜି ସକଳା ୭ଟାରେ ବିମାନ କୋଲକାତା ଚାଡିବାର ଥିଲା। ବାପା ଦୀର୍ଘ ସମୟ ଧରି ନଫେରିବାରୁ ଫୋନ୍ କରିଥିଲି। ହେଲେ ତାଙ୍କ ଫୋନ୍ ଅପ୍ ଦେଖାଉଛି।”
ସେ ଆହୁରି କହିଛନ୍ତି, “ବାପା ରହୁଥିବା ହୋଟେଲ୍ରେ ତାଙ୍କ ଜିନିଷ ଅଛି।”
ନବୀନ ନିଖୋଜ ଥିବା ଆଶଙ୍କାରେ ସମ୍ବିତ କୋଲକାତା ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।