ପରିତ୍ୟକ୍ତ ସ୍କୁଲ ଘରୁ ୪ ଶିଶୁ ଉଦ୍ଧାର

କଟକ: କଟକର ଏକ ଆବାସିକ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରୁ ୪ ଶିଶୁଙ୍କୁ ଉଦ୍ଧାର କରାଯାଇଛି। କଟକ ବିଡାନାସୀସ୍ଥିତ ଗୋଦାବରୀଶ ସନ୍ଥ ସଂସ୍କୃତ ବିଦ୍ୟାଳୟ ଓ ଶିଶୁ ସନ୍ଥ ଯୋଗଭିତ୍ତିକ ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ପିଲାମାନଙ୍କୁ ଯେଉଁ ଘରେ ରଖାଯାଇଥିଲା ତାହା ଏକ ପରିତ୍ୟକ୍ତ ସ୍କୁଲ ଘର। ଘରେ ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ। କେଉଁ ମୁହୂର୍ତ୍ତରେ ଯେ ଭୁଶୁଡି ପଡିବ ତାହା କହିହେବ ନାହିଁ। ତୁରନ୍ତ ଏହି […]

ctc

ctc

Rakesh Mallick
  • Published: Sunday, 25 February 2018
  • Updated: 25 February 2018, 11:45 AM IST

Sports

Latest News

କଟକ: କଟକର ଏକ ଆବାସିକ ବିଦ୍ୟାଳୟର ଏକ ପରିତ୍ୟକ୍ତ ଘରୁ ୪ ଶିଶୁଙ୍କୁ ଉଦ୍ଧାର କରାଯାଇଛି। କଟକ ବିଡାନାସୀସ୍ଥିତ ଗୋଦାବରୀଶ ସନ୍ଥ ସଂସ୍କୃତ ବିଦ୍ୟାଳୟ ଓ ଶିଶୁ ସନ୍ଥ ଯୋଗଭିତ୍ତିକ ଆବାସିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରୁ ଏହି ଶିଶୁମାନଙ୍କୁ ଉଦ୍ଧାର କରାଯାଇଛି। ପିଲାମାନଙ୍କୁ ଯେଉଁ ଘରେ ରଖାଯାଇଥିଲା ତାହା ଏକ ପରିତ୍ୟକ୍ତ ସ୍କୁଲ ଘର। ଘରେ ବିଦ୍ୟୁତ ସଂଯୋଗ ମଧ୍ୟ ନାହିଁ। କେଉଁ ମୁହୂର୍ତ୍ତରେ ଯେ ଭୁଶୁଡି ପଡିବ ତାହା କହିହେବ ନାହିଁ। ତୁରନ୍ତ ଏହି ପିଲାମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହାପରେ ଶିକ୍ଷା ବିଭାଗ ଡିଇଓ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ଚାଇଲ୍ଡ ଲାଇନ କର୍ମକର୍ତ୍ତା ପହଞ୍ଚି ଏହି ଶିଶୁମାନଙ୍କୁ ଉଦ୍ଧାର କରିଥିଲେ।  ଉଦ୍ଧାର ପିଲାମାନଙ୍କ ମଧ୍ୟରୁ ୩ଜଣ ପୁଅ ଓ ଜଣେ ଝିଅ। ଏହି ପିଲାମାନେ କିଏ, କେଉଁଠୁ ଆସିଛନ୍ତି ଓ ତାଙ୍କୁ ଏଠାରେ କିଏ ରଖିଥିଲା, ସେ ସଂପର୍କରେ ସ୍ପଷ୍ଟ ହୋଇ ନଥିବାବେଳେ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଅନୁପସ୍ଥିତ ଅଛନ୍ତି। ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos