ମୋବାଇଲ ଧରି ଖେଳୁଥିବା ବେଳେ ଫାଟିଗଲା, ୪ ଶିଶୁ ଆହତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ମଣିଷ ଜୀବନରେ ମୋବାଇଲ ଅତି ଦରକାରୀ ସାମଗ୍ରୀରେ ପରିଣତ ହୋଇଗଲାଣି। ଯାହା ହାତରେ ଦେଖିବେ ମୋବାଇଲ ରହିଛି। କିନ୍ତୁ ଏହା ବେଳେ ବେଳେ କାଳ ସାଜୁଛି। ମୋବାଇଲ ଧରି ଖେଳୁଥିବା ବେଳେ ଫାଟିଯିବାରୁ ୪ ଜଣ ଶିଶୁ ଆହତ ହୋଇଛନ୍ତି। ଆଜି ଏମିତି ଏକ ଘଟଣା ବ୍ରହ୍ମପୁରରେ ଘଟିଛି।

ଗଞ୍ଜାମ ଜିଲ୍ଲା ଲୁଙ୍ଗୁରି ଗାଁରେ ୪ ଜଣ ଶିଶୁ ମୋବାଇଲ ଧରି ଖେଳୁଥିଲେ। ଏହି ସମୟରେ ମୋବାଇଲ୍‌ଟି ଫାଟିଯାଇଥିଲା। ଫଳରେ ୪ ଜଣ ଶିଶୁ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

Previous ArticleNext Article

Send this to a friend