ଗଣେଶ୍ୱରପୁରରେ ଘାଇ, ଯାଜପୁରରେ ପଶିଲା ପାଣି

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଯାଜପୁର, ମୟୁରଭଂଜ, ଓ କେନ୍ଦୁଝରର ଆନନ୍ଦପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଗଣେଶ୍ୱରପୁରରେ ଘାଇ ସୃଷ୍ଟି ହୋଇଛି। ଫଳରେ ଯାଜପୁର ସହରର କିଛି ଅଞ୍ଚଳକୁ ପାଣି ପଶିଥିବା ଖବର ମିଳିଥିବା ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଘାଇ ମରାମତି ଲାଗି ପଦକ୍ଷେପ ନିଆଯାଇଛି। ସେପଟେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର […]

basha

basha

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 09:48 AM IST

Sports

Latest News

jajpur-ganeswarpurଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାର ବାଲେଶ୍ୱର, ଯାଜପୁର, ମୟୁରଭଂଜ, ଓ କେନ୍ଦୁଝରର ଆନନ୍ଦପୁରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଯାଜପୁର ଜିଲ୍ଲା ଗଣେଶ୍ୱରପୁରରେ ଘାଇ ସୃଷ୍ଟି ହୋଇଛି। ଫଳରେ ଯାଜପୁର ସହରର କିଛି ଅଞ୍ଚଳକୁ ପାଣି ପଶିଥିବା ଖବର ମିଳିଥିବା ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ଘାଇ ମରାମତି ଲାଗି ପଦକ୍ଷେପ ନିଆଯାଇଛି। ସେପଟେ ସୁବର୍ଣ୍ଣରେଖା ଜଳସ୍ତର ବଢ଼ିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବଢୁଛି। ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ଆଶଙ୍କ। ଉପୁଜିଛି। ବନ୍ୟା ପାଇଁ ଜିଲ୍ଲାପାଳ, ଏସପି ଓ ଜଳସମ୍ପଦ କର୍ମଚାରୀ ସଜାଗ ଅଛନ୍ତି। ଆଜି ରେଙ୍ଗାଲି ଡ୍ୟାମରୁ ପାଣି ଛଡ଼ା ଯିବନାହିଁ, ଆବଶ୍ୟକ ସ୍ଥଳେ ଆସନ୍ତାକାଲି ଛଡ଼ାଯିବ ବୋଲି ଜଳସମ୍ପଦ ସଚିବ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos