ଅନୁଗୋଳ (ବିରଜା ଦାଶ): ଏମତି ଟ୍ରାଜେଡି। ହୃଦୟବିଦାରକ, ଲୋମ ଟାଙ୍କୁରା ପୁଣି ଚାଞ୍ଚଲ୍ୟକର। ଯାହା କେବଳ ପ୍ରବନ୍ଧ, ଗପ କିମ୍ୱା କୌଣସି ସୁପରହିଟ୍ ସିନେମା କାହାଣୀରେ ହୋଇପାରେ। କିନ୍ତୁ ବାସ୍ତବ ଜୀବନରେ ସେମିତି ଏକ ଦୁଃଖଦ ମୁହୂର୍ତ୍ତ ଘଟିପରେ ତାହାର ନଗ୍ନ ଉଦାହରଣ ଅନୁଗୋଳରେ ଦେଖିବାକୁ ମିଳିଛି। ଅବିଶ୍ୱାସ ନହେଲେ ବି ଘଟଣାଟି ସମ୍ପୂର୍ଣ୍ଣ ସତ ହୋଇଛି। ଗୋଟିଏ କାର୍ରେ ସ୍ୱାମୀ, ସ୍ତ୍ରୀ ଓ ଝିଅ ଆସୁଥିଲେ। ଅଧା ବାଟରେ ସ୍ତ୍ରୀ ନିଖୋଜ ହୋଇ ଗଣବଳାତ୍କାରରେ ଶିକାର ହେବା ଭଳି ଘଟଣା ଆଲୋଡ଼ନ ଖେଳାଇ ଦେଇଛି। ପୋଲିସ ଘଟଣାରେ ତଦନ୍ତ ଗଣ ଦୁଷ୍କର୍ମରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୨ ନାବାଳକ ଅଛନ୍ତି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଏବେବି ଫେରାର ଅଛନ୍ତି।
ସମ୍ବଲପୁର ମୋଦିପଡ଼ାରୁ ଏକ ପରିବାର କାର୍ରେ ଭୁବନେଶ୍ୱର ଆସୁଥିଲେ। କାର୍ ଚଲାଉଥିଲେ ସ୍ୱାମୀ। କାର୍ ପଛ ସିଟ୍ରେ ବସିଥିଲେ ପତ୍ନୀ ଓ ୬ ବର୍ଷର ଝିଅ। ଅନୁଗୋଳ ଜିଲ୍ଲା ନାକଚି ନିକଟରେ କାର୍ କିଛି ସମୟ ପାଇଁ ଅଟକିଥିଲା। ସେତେବଳକୁ ରାତି ପ୍ରାୟ ସାଢ଼େ ୮ଟା ହେବ। ମହିଳା ଜଣକ କାର୍ରୁ ଓହ୍ଲାଇ ବାହାରକୁ ଯାଇଥିଲେ। ଏହି ସମୟରେ କାର ଡୋର୍ ଅଟୁମେଟିକ୍ ପଡ଼ି ଯାଇଥିଲା। କିଛି ସମୟରେ ପରେ ଅନ୍ୟମନସ୍କ ଭାବେ ସ୍ତ୍ରୀ ବସିଛନ୍ତି ବୋଲି ଭାବି ସ୍ୱାମୀ କାର୍ ଚଲାଇ ଥିଲେ। ଗାଡ଼ି ୧୫ କିମି ଗଲା ପରେ କାର୍ ପଛ ସିଟ୍କୁ ଅନାଇଲା ବେଳକୁ ସ୍ତ୍ରୀ ନାହାନ୍ତି। ବିଚଳିତ ହୋଇପଡ଼ିଲେ ସ୍ୱାମୀ। ସଙ୍ଗେସଙ୍ଗେ ନିଜ କାର୍କୁ ପଛକୁ ଫେରାଇ ନିଜ ସ୍ତ୍ରୀକୁ ବହୁ ଖୋଜି ଥିଲେ। ମାତ୍ର ପାଇନଥିଲେ। ଶେଷରେ ସବୁଆଡୁ ନିରାଶ ଏନେଇ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୋଲିସ ପାଇଥିଲା ଚାଞ୍ଚଲ୍ୟକର ଚଥ୍ୟ। ସମ୍ପୃକ୍ତ ମହିଳାଙ୍କୁ ଜଗତସିଂହପୁରରୁ ଉଦ୍ଧାର କରାଯାଇଥିବା ବେଳେ ସେ ଆଣିଥିଲେ ସଙ୍ଗୀନ ଅଭିଯୋଗ। ମହିଳା ଜଣଙ୍କୁ ସେଦିନ ରାତିରେ ୬ ଏନ୍ଏଚ୍ ଲୁଟେରା ପୁରୁଣାପାଣି ଜଙ୍ଗଲରେ ଗଣଦୁଷ୍କର୍ମ କରିଥିଲେ। ସେମାନଙ୍କ କବଳରୁ ମୁକ୍ତି ପାଇ ସେ ବସ୍ରେ ଭୁବନେଶ୍ୱର ଆସିଥିଲେ। ସେଠାରୁ ଜଣେ ସମ୍ପର୍କୀୟଙ୍କ ଘର ଜଗତସିଂହପୁରକୁ ଯାଇଥିଲେ। ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି। ଫେରାର ଅଭିଯୁକ୍ତଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଅନୁଗୋଳ ଏସ୍ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।