୨ ଜଣଙ୍କୁ ଦୁଷ୍କର୍ମ ଅଭିଯୋଗ

ରାଉରକେଲା/ଫୁଲବାଣୀ:  ରାଜ୍ୟରେ ବ୍ୟାଧି ପରି ମାଡ଼ି ଚାଲିଛି ଦୁଷ୍କର୍ମ ଅଭିଯୋଗ। ପ୍ରତିଦିନ ଏକାଧିକ ଅଭିଯୋଗ ଆସୁଛି। ଆଜି ପୁଣି ଦୁଇ ଜଣ ଏହାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ଅଭିଯୋଗ ଆସିଛି ରାଉରକେଲା ଓ କନ୍ଧମାଳରୁ। ଏହି ଦୁଇଟି ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଅଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ରାଉରକେଲାରେ ଘରେ ପଶି ଜଣେ ବିବାହିତା ମହିଳାଙ୍କୁ […]

rape

rape

Rakesh Mallick
  • Published: Monday, 14 May 2018
  • Updated: 14 May 2018, 12:43 PM IST

ରାଉରକେଲା/ଫୁଲବାଣୀ:  ରାଜ୍ୟରେ ବ୍ୟାଧି ପରି ମାଡ଼ି ଚାଲିଛି ଦୁଷ୍କର୍ମ ଅଭିଯୋଗ। ପ୍ରତିଦିନ ଏକାଧିକ ଅଭିଯୋଗ ଆସୁଛି। ଆଜି ପୁଣି ଦୁଇ ଜଣ ଏହାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି। ଅଭିଯୋଗ ଆସିଛି ରାଉରକେଲା ଓ କନ୍ଧମାଳରୁ। ଏହି ଦୁଇଟି ଘଟଣାରେ ୬ ଜଣ ଗିରଫ ହୋଇଥିବା ବେଳେ ୨ ଜଣ ଫେରାର ଅଛନ୍ତି। ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

ରାଉରକେଲାରେ ଘରେ ପଶି ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୪ ଜଣ ଦୁର୍ବୃତ୍ତ ଘରେ ପଶି ଏହି କାଣ୍ଡ ଭିଆଇଛନ୍ତି। ମହିଳାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ତାଙ୍କ ସ୍ୱାମୀ ଘରକୁ  ଫେରି ସବୁ ଜାଣିବା ପରେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇଥିଲେ।

ଏନେଇ ମହିଳାଙ୍କ ସ୍ୱାମୀ ସେକ୍ଟର ୭ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଅଛନ୍ତି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଚଳାଇଛି।

ସେହପରି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଅଟୋରେ ଉଠାଇ ନେଇ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣଙ୍କ ରାତିରେ ମେଲୋଡି ଦେଖି ଘରକୁ ଫେରୁଥିଲେ। ତେଣୁ ସେ ଏକ ଛକରେ ବସ୍‌କୁ ଅପେକ୍ଷା କରିଥିଲେ। ସେହି ସମୟରେ ୪ଜଣ ଏକ ଅଟୋରେ ଆସି ନାବାଳିକାକୁ ଘରେ ଛାଡ଼ିଦେବାକୁ କହିଥିଲେ। ନାବାଳିକ ଜଣକ ଅଟୋରେ ଚଢ଼ିବା ପରେ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos