ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବୌଦ୍ଧ(ଓଡ଼ିଶା ରିପୋର୍ଟର):ଗଞ୍ଜେଇ ମାଫିଆମାନଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବୌଦ୍ଧ ଜିଲ୍ଲା। ଏଠାରେ ଖୋଲାଖୋଲି ଗଞ୍ଜେଇ କାରବାର ଚାଲିଥିବା ଅଭିଯୋଗ ହୋଇଛି। ଗଞ୍ଜେଇ କାରବାର ଉପରେ ରୋକ ଲଗାଇବାକୁ ଯାହାଙ୍କୁ ନିୟୋଜିତ କରାଯାଇଛି ସେମାନେ ହିଁ ମାଫିଆଙ୍କ ପାଇଁ ସାଜିଛନ୍ତି ସୁରକ୍ଷାର ଢାଲ। ଖୋଦ ବନବିଭାଗ ଅଧିକାରୀଙ୍କ ତଦାରଖରେ ଚାଲିଛି ଗଞ୍ଜେଇ କାରବାର।</p> <p>ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ମାତାକୃପା ସଂରକ୍ଷିତ ଜଙ୍ଗଲର ରେଞ୍ଜ ଅଧିକାରୀ ରବିନାରାୟଣ ସାହୁ କିଭଳି ଭାବେ ଗଞ୍ଜେଇ ମାଫିଆଙ୍କ ସହିତ ଡିଲ୍‌ କରି ଗଞ୍ଜେଇ କାରବାରକୁ ପ୍ରୋତ୍ସାହିତ କରୁଛନ୍ତି ଦେଖିବାକୁ ମିଳିଛି। ବନବିଭାଗ ଅଧିକାରୀ ମାଫିଆଙ୍କୁ ଟଙ୍କା ମାଗୁଥିବା ଭିଡିଓରେ ଭାଇରାଲ ହୋଇଛି। ଘଞ୍ଚ ଜଙ୍ଗଲରେ ମାଫିଆଙ୍କ ସହ ଡିଲ୍ କରୁଛନ୍ତି ରେଞ୍ଜର। କାରବାର ପାଇଁ ପ୍ରଥମେ ମୋଟା ଅଙ୍କର ଟଙ୍କା ଦାବି କରିଥିଲେ। ଏମିତିକି ଟଙ୍କା ନଦେଲେ ଗିରଫ କରିବାକୁ ମଝିରେ ମଝିରେ ଧମକ ମଧ୍ୟ ଦେଉଥିଲେ।</p> <p>ରେଞ୍ଜର ଗଞ୍ଜେଇ ମାଫିଆଙ୍କ ସହ ଡିଲ୍‌ କରୁଥିବାର ଭିଡିଓ ଦେଖନ୍ତୁ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।