ଲୁଣ ବୋଝେଇ ଟ୍ରକ୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ: ୨ ଗିରଫ

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରିରେ ଦେଢ଼ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ ହୋଇଛି। ଏକ ଟ୍ରକରେ ଚୋରା ଚାଲାଣ ହେଉଥିବା ବେଳେ ୧୫ କ୍ୟୁଣ୍ଟାଲ ଗଞ୍ଜେଇ ଜବତ କରିଛି ଭୁବନେଶ୍ୱର ନାର୍କୋ ଟିମ୍‌ ଓ ମାଲକାନଗିରି ପୋଲିସ। ଏକ ଲୁଣ ବୋଝେଇ ଟ୍ରକ ଆନ୍ଧ୍ର ପ୍ରଦେଶରୁ ମହାରାଷ୍ଟ୍ର ଅଭିମୁଖେ ଯାଉଥିବା ବେଳେ ଏଥିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ପୋଲିସ ଚଢାଉ କରିଥିଲା।

ବାଲିଗୁଡ଼ା ଛକରେ ଟ୍ରକକୁ ଜବତ କରି ଏହି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଥିଲା ପୋଲିସ। ପୋଲିସ ୨ ଜଣଙ୍କୁ ଗିରଫ କରି ଘଟଣାରେ ତଦନ୍ତ ଜାରି ରଖିଛି।

Previous ArticleNext Article

Send this to a friend