ଗେଟ୍ ୨୦୧୮: ଓଡ଼ିଆ ପୁଅ ଜ୍ୟୋତିରଞ୍ଜନ ଅଲ୍ ଇଣ୍ଡିଆ ଟପ୍ପର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି। ଜ୍ୟୋତିରଞ୍ଜନ ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ଛାତ୍ର। ସେ ପରୀକ୍ଷାରେ Agricultural Engineering Paper ରେ ୯୫୯ ନମ୍ବର […]

JYOTI-720x430

JYOTI-720x430

Rakesh Mallick
  • Published: Sunday, 18 March 2018
  • Updated: 18 March 2018, 06:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ଜ୍ୟୋତିରଞ୍ଜନ ବାରିକ। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering) ପରୀକ୍ଷାରେ ସେ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିନନ୍ଦନ ଜଣାଇଛନ୍ତି।

ଜ୍ୟୋତିରଞ୍ଜନ ହେଉଛନ୍ତି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (OUAT)ର ଛାତ୍ର। ସେ ପରୀକ୍ଷାରେ Agricultural Engineering Paper ରେ ୯୫୯ ନମ୍ବର ରଖି ଟପ୍ପର ହୋଇଛନ୍ତି। କଟକ ଜିଲ୍ଲା ଫୁଲନଖରାର ବାସିନ୍ଦା ଜ୍ୟୋତିରଞ୍ଜନ କହିଛନ୍ତି ଯେ ସେ ଖଡ଼ଗପୁର ଆଇଆଇଟିରେ ମୃତ୍ତିକା ଓ ଜଳ ସଂରକ୍ଷଣରେ ଇଞ୍ଜିନିୟରିଂ କରିବେ। ତା’ପରେ ପିଏଚ୍‌ଡି କରି ବୈଜ୍ଞାନିକ ହେବେ। ସେ ଏହି ସଫଳତାର ଶ୍ରେୟ ତାଙ୍କ ବାପାଙ୍କୁ ଦେଇଛନ୍ତି। ତାଙ୍କ ଭାଇ ଓ ଶିକ୍ଷକମାନେ ତାଙ୍କୁ ବହୁତ ସହଯୋଗ କରିଛନ୍ତି ବୋଲି ମଧ୍ୟ ସେ କହିଛନ୍ତି।

ଗେଟ୍‌ର ଏହି ସ୍କୋରକୁ ବିଭିନ୍ନ Public Sector Undertakings (PSUs) ମଧ୍ୟ ସେମାନଙ୍କ ଚୟନ ପ୍ରକ୍ରିୟାରେ ବ୍ୟବହାର କରିଥାନ୍ତି। ପରୀକ୍ଷାର୍ଥୀମାନେ ସେମାନଙ୍କର ସ୍କୋର କାର୍ଡ ମାର୍ଚ୍ଚ ୨୦ ରୁ ୩୧ ମଧ୍ୟରେ ଅଫିସିଆଲ ୱେବସାଇଟ୍‌ରୁ ଡାଉନଲୋଡ଼୍ କରିପାରିବେ। ସେମାନେ GOAPS portal କୁ ଯାଇ ମଧ୍ୟ ମାର୍ଚ୍ଚରେ ୨୦ରେ ସ୍କୋର କାର୍ଡ ଡାଉନଲୋଡ଼୍ କରିପାରିବେ।

ସୂଚନାଯୋଗ୍ୟ, ଏହି ପରୀକ୍ଷାରେ ଲକ୍ଷ୍ନୌର ପ୍ରଶାନ୍ତ ଗୁପ୍ତା Chemistry ରେ ୭୧.୬୭ ପ୍ରତିଶତ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ପ୍ରଥମ ହୋଇଛନ୍ତି। ସେହିପରି  ଉତ୍ତରାଖଣ୍ଡର ନମିତା କଲ୍ରା କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ସାରା ଦେଶରେ ପ୍ରଥମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos