ଚିକିତ୍ସାଧୀନ ମା’ର ବେଡ୍‌ ପାଖରେ କୁନିଝିଅର କରୁଣ ପ୍ରାର୍ଥନା: ହେ ପ୍ରଭୁ! ମୋ ମାଆକୁ ବଞ୍ଚେଇ ଦିଅ

ଆଠଗଡ଼ (ନୀଳକଣ୍ଠ ଦୋରା): ‘ହେ ପ୍ରଭୁ! ଆପଣଙ୍କୁ ଦେଖିବାକୁ ମତେ ଶକ୍ତି ଦେଇନାହାଁନ୍ତି। ଏ ଦୁନିଆ ଦେଖିବାକୁ ମତେ ଆପଣ ବଞ୍ଚିତ କରିଛନ୍ତି। ମୁଁ ନିଜେ ଦୃଷ୍ଟିଶକ୍ତି ବାଧିତ ଲୋକଟିଏ। ସେଥିରେ ମୋର ଦୁଃଖ ନାହିଁ। ମୋ ପାଇଁ ମୋର ଚିନ୍ତା ନାହିଁ ପ୍ରଭୁ। କେବଳ ମୋ ପତ୍ନୀଙ୍କୁ ଭଲ କରିଦିଅ। ତାଙ୍କ ଜୀବନ ବଂଚେଇ ଦିଅ। ନହେଲେ ମୋ ସଂସାର ଉଚ୍ଛନ ହୋଇଯିବ ପ୍ରଭୁ।’ ଆଠଗଡ଼ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଥିଲା ଏମିତି ଜଣେ ରୋଗୀ […]

Maa

Maa

Ordigital Desk
  • Published: Thursday, 17 May 2018
  • Updated: 17 May 2018, 03:17 PM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ‘ହେ ପ୍ରଭୁ! ଆପଣଙ୍କୁ ଦେଖିବାକୁ ମତେ ଶକ୍ତି ଦେଇନାହାଁନ୍ତି। ଏ ଦୁନିଆ ଦେଖିବାକୁ ମତେ ଆପଣ ବଞ୍ଚିତ କରିଛନ୍ତି। ମୁଁ ନିଜେ ଦୃଷ୍ଟିଶକ୍ତି ବାଧିତ ଲୋକଟିଏ। ସେଥିରେ ମୋର ଦୁଃଖ ନାହିଁ। ମୋ ପାଇଁ ମୋର ଚିନ୍ତା ନାହିଁ ପ୍ରଭୁ। କେବଳ ମୋ ପତ୍ନୀଙ୍କୁ ଭଲ କରିଦିଅ। ତାଙ୍କ ଜୀବନ ବଂଚେଇ ଦିଅ। ନହେଲେ ମୋ ସଂସାର ଉଚ୍ଛନ ହୋଇଯିବ ପ୍ରଭୁ।’

ଆଠଗଡ଼ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳିଥିଲା ଏମିତି ଜଣେ ରୋଗୀ ସଂପର୍କୀୟଙ୍କ କରୁଣ ପ୍ରାର୍ଥନା। ଚିକିତ୍ସାଧୀନ ଥିବା ପତ୍ନୀଙ୍କ ବେଡ୍ ପାଖରେ ବସି କେବଳ ସେ ନୁହେଁ, ତାଙ୍କ ଝିଅ ବି ଈଶ୍ୱରଙ୍କୁ ଅନବରତ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା।

ଘଟଣାଟି ହେଲା, ଆଠଗଡ ନିକଟ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଭୋଗରା ଛକ ନିକଟରେ ଗତକାଲି ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁଘର୍ଟଣାଗ୍ରସ୍ତ ହୋଇଥିଲା। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ସେହି ଗୁରୁତର ଦୁହିଁଙ୍କ ମଧ୍ୟରୁ ଏହି ମହିଳା ହେଉଛନ୍ତି ଜଣେ। ତାଙ୍କ ନାଁ ବବିତା ନାୟକ। ଦୃଷ୍ଟିଶକ୍ତି ବାଧିତ ପତ୍ନୀଙ୍କ ନାଁ ହେଲା କପିଳେନ୍ଦ୍ରେ ନାୟକ। ଏମାନେ ହେଉଛନ୍ତି ବଡ଼ମ୍ବାସ୍ଥିତ କାରିଗର ସାହିର ବାସିନ୍ଦା।

ମହିଳା ବବିତା ନାୟକ ଓ ତାଙ୍କ ଦୃଷ୍ଟିଶକ୍ତି ବାଧିତ ସ୍ୱାମୀ କପିଳେନ୍ଦ୍ର ନାୟକ ଏବଂ ଝିଅ ସମସ୍ତେ ବାହାରେ ରହନ୍ତି। ଦୁର୍ଘଟଣା ଦିନ ସେମାନେ ତାଙ୍କ ଗାଁ କାରିଗର ସାହିକୁ ଫେରୁଥିଲେ। କିନ୍ତୁ ହଠାତ୍ ବାଟରେ ବସ୍‌ଟି ଦୁର୍ଘଟଣାର ଶିକାର ହେଲା। ଗୁରୁତ ଆହତ ମହିଳାଙ୍କୁ ତୁରନ୍ତ ଆଠଗଡ଼ ହସ୍‌ପିଟାଲ ନିଆଗଲା। ସେଠି ଡାକ୍ତରଙ୍କ ଚିକିତ୍ସା ଚାଲିଥିବା ବେଳେ ମାଆ ଆରୋଗ୍ୟ କାମନା କରି ଝିଅ ପ୍ରାର୍ଥନା ଆରମ୍ଭ କରିଥିଲେ। ସେହିପରି ଦୃଷ୍ଟିଶକ୍ତି ବାଧିତ ସ୍ୱାମୀ ମଧ୍ୟ ପ୍ରାର୍ଥନା ଆରମ୍ଭ କରିଥିଲେ। ଏବେ ମହିଳା ଜଣଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ମା ମଙ୍ଗଳା ନାମକ ଏହି ଘରୋଇ ବସଟି କଟକରୁ ବଡ଼ମ୍ବା ଯାଉଥିବା ବେଳେ ଦୁଘର୍ଟଣାର ଶିକାର ହୋଇଥିଲା। ବସରେ 30ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଡ୍ରାଇଭର ଫୋନରେ କଥାହୋଇ ଗାଡି ଚଳାଉଥିବାରୁ ବସଟି ଦୁର୍ଘଟଣାର ଶିକାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos