ଭୁବନେଶ୍ୱର ବିମାନ ବନ୍ଦରରୁ କୋଟିଏ ୮୨ଲକ୍ଷ ଟଙ୍କାର ସୁନା ଜବତ

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ବିଦେଶୀ ସୁନା ମିଳିଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫ କିଲୋରୁ ଅଧିକ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି । ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି। କୁଆଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି।</p> <p>ସୂଚନାଯୋଗ୍ୟ, ଏପ୍ରିଲ୍&zwnj; ୨୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରାଚାଲାଣ ବେଳେ ସୁନା ଅଳଙ୍କାର ଜବତ କରାଯାଇଥିଲା। ଜଣେ ମହିଳା ସୁନା ଚୁଡି ଓ ଚେନ୍&zwnj;ରେ ରୂପା କୋଟିଂ କରି ଆଣୁଥିବା ବେଳେ ଧରାପଡ଼ିଥିଲେ। &nbsp;ଜବତ ସୁନା ଅଳଙ୍କାରର ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କଷ୍ଟମ୍&zwnj; ବିଭାଗ ସୂଚନା ଦେଇଥିଲା।</p>

Ordigital Desk
  • Published: Monday, 07 May 2018
  • Updated: 07 May 2018, 12:04 PM IST

Sports

Latest News

<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଭୁବନେଶ୍ୱର ଏୟାରପୋର୍ଟ ବାହାରୁ ବିଦେଶୀ ସୁନା ମିଳିଛି। ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ୫ କିଲୋରୁ ଅଧିକ ସୁନା ଜବତ କରିଛି। ଜବତ ସୁନାର ଆନୁମାନିକ ମୂଲ୍ୟ ୧ କୋଟି ୮୨ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଏହି ଘଟଣାରେ ଗୁଇନ୍ଦା ଅଧିକାରୀ ୩ ଜଣଙ୍କୁ ଅଟକ ରଖିଛି । ଏମାନେ ସମସ୍ତେ ପ୍ରବାସୀ ଭାରତୀୟ ବୋଲି ଜଣାପଡ଼ିଛି। କୁଆଲାଲମ୍ପୁରରୁ ବିମାନରେ ଆସୁଥିବା ବେଳେ ସୁନାକୁ ଜବତ କରିବା ସହ ଏହି ୩ ଜଣଙ୍କୁ ଅଟକ ରଖାଯାଇଛି।</p><p>ସୂଚନାଯୋଗ୍ୟ, ଏପ୍ରିଲ୍&zwnj; ୨୨ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ଚୋରାଚାଲାଣ ବେଳେ ସୁନା ଅଳଙ୍କାର ଜବତ କରାଯାଇଥିଲା। ଜଣେ ମହିଳା ସୁନା ଚୁଡି ଓ ଚେନ୍&zwnj;ରେ ରୂପା କୋଟିଂ କରି ଆଣୁଥିବା ବେଳେ ଧରାପଡ଼ିଥିଲେ। &nbsp;ଜବତ ସୁନା ଅଳଙ୍କାରର ମୂଲ୍ୟ ୧୭ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କଷ୍ଟମ୍&zwnj; ବିଭାଗ ସୂଚନା ଦେଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos