ଓଭରଟେକ୍‌ କଲେ ବୋଲି...

କୋଣାର୍କ (ଓଡ଼ିଶା ରିପୋର୍ଟର): ବାଇକ୍‌ ଆରୋହୀଙ୍କୁ ଓଭରଟେକ୍‌ କରିବାରୁ ମାଡ଼ ଖାଇଲେ ତହସିଲଦାର ଇନ୍‌ ଚାର୍ଜ । ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ବସ୍‌ଷ୍ଟାଣ୍ଡରେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ଅସ୍ତରଙ୍ଗ ତହସିଲଦାର ଇନଚାର୍ଜ ଜନ୍ମ ଜହ୍ନ ସାହୁ  ପୁରୀରୁ କାମ ସାରି ଅସ୍ତରଙ୍ଗ ଫେରୁ ଥିବା ସମୟରେ ମେରାଇନ୍ ଡ୍ରାଇଭ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ତାଙ୍କ ଗାଡ଼ି ଓଭରଟେକ୍ କରିଥିଲା। ଏହାପରେ ବାଇକ୍ ଆରୋହୀ  ତାଙ୍କ ଗାଡ଼ିକୁ ପିଛା କରିଥିଲେ ଏବଂ […]

konark

konark

Rakesh Mallick
  • Published: Friday, 02 February 2018
  • Updated: 02 February 2018, 01:37 PM IST

Sports

Latest News

କୋଣାର୍କ (ଓଡ଼ିଶା ରିପୋର୍ଟର): ବାଇକ୍‌ ଆରୋହୀଙ୍କୁ ଓଭରଟେକ୍‌ କରିବାରୁ ମାଡ଼ ଖାଇଲେ ତହସିଲଦାର ଇନ୍‌ ଚାର୍ଜ । ଘଟଣା ଘଟିଛି ପୁରୀ ଜିଲ୍ଲା କୋଣାର୍କ ବସ୍‌ଷ୍ଟାଣ୍ଡରେ। ଗତକାଲି ରାତି ପ୍ରାୟ ୯ଟା ସମୟରେ ଅସ୍ତରଙ୍ଗ ତହସିଲଦାର ଇନଚାର୍ଜ ଜନ୍ମ ଜହ୍ନ ସାହୁ  ପୁରୀରୁ କାମ ସାରି ଅସ୍ତରଙ୍ଗ ଫେରୁ ଥିବା ସମୟରେ ମେରାଇନ୍ ଡ୍ରାଇଭ ରାସ୍ତାରେ ଜଣେ ବାଇକ୍ ଆରୋହୀଙ୍କୁ ତାଙ୍କ ଗାଡ଼ି ଓଭରଟେକ୍ କରିଥିଲା। ଏହାପରେ ବାଇକ୍ ଆରୋହୀ  ତାଙ୍କ ଗାଡ଼ିକୁ ପିଛା କରିଥିଲେ ଏବଂ ଗାଡ଼ି ଅଟକାଇ ଡ୍ରାଇଭର ଅଜୟ ରାଉତଙ୍କୁ ନିସ୍ତୁକ ପିଟିଥିଲେ। ସେମାନେ  ତହସିଲଦାରଙ୍କୁ ମଧ୍ୟ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏହି ଘଟଣାରେ ପୋଲିସ କାଳିଆ ପ୍ରଧାନ ନାମକ ଜଣେ ଯୁବକକୁ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତ ଓ ତାର ୪ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ପୋଲିସ  ଏନେଇ ଏକ ମାମଲା ରୁଜୁ କରି  ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ଆଜି ସକାଳେ କୋଣାର୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତହସିଲଦାର ଇନ୍‌ ଚାର୍ଜ ଓ ଡ୍ରାଇଭରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos