୧୦ରେ ଭୁବନେଶ୍ୱରରେ ଜିଏସଟି ପରିଷଦର ବୈଠକ

ଭୁବନେଶ୍ୱର(ଓଡ଼ିଶା ରିର୍ପୋଟର): ଭୁବନେଶ୍ୱରରେ ବସିବ ଜିଏସଟି ପରିଷଦର ‘ଲ’ କମିଟି  ଓ‘ଲ’ ରିଭ୍ୟୁ କମିଟିର ମିଳିତ ବୈଠକ। ଆସନ୍ତା ୧୦ତାରିଖରୁ ଏହା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ରୁ ଅଧିକ ଅଫିସର ଏଥିରେ  ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତିନିଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ  ଜିଏସଟି ନିୟମରେ ସଂଶୋଧନ ନେଇ ଆସିଥିବା ପ୍ରସ୍ତାବ ଉପରେ ଆଲୋଚନା ହେବ। ଏହି ବୈଠକରେ ଓଡ଼ିଶା ସମେତ ଆସାମ, ପଞ୍ଜାବ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଭଳି  ରାଜ୍ୟର ପ୍ରତିନିଧିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Previous ArticleNext Article

Send this to a friend