ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥ

ratha

ପୁରୀ: ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦୀରେ ଶ୍ରୀଜିଉ। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ୩ ରଥରେ ତିନିଠାକୁର ଅବସ୍ଥାନ କରିଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ପହଞ୍ଚିସାରିଛି । ଗତକାଲି ନିର୍ଦ୍ଧାରିତ ସମୟରେ ରଥଟଣା ହୋଇଥିଲେ ହେଁ ତାଳଧ୍ୱଜ ରଥକୁ ଛାଡ଼ି ବଡ଼ଶଙ୍ଖଠାରେ ଦର୍ପଦଳନ ଓ ବଳଗଣ୍ଡି ଛକରେ ନନ୍ଦିଘୋଷ ରଥ ଅଟକି ଯାଇଥିଲା। ଆଜି ସକାଳୁ ନୀତିକାନ୍ତି ସଂପନ୍ନ ହେବା ପରେ ପୁଣି ଥରେ ଦର୍ପଦଳନ ଏବଂ ନନ୍ଦିଘୋଷ ରଥକୁ ଟଣାଯାଇଥିଲା। ପ୍ରଥମେ ଦର୍ପ ଦଳନ ଏବଂ ପରେ ନନ୍ଦିଘୋଷ ରଥକୁ ଗୁଣ୍ଡିଚା ମନ୍ଦିର ଯାଏଁ ଟାଣିଥିଲେ ଶ୍ରଦ୍ଧାଳୁ। ଏବେ ଶ୍ରଦ୍ଧାଳୁଙ୍କ ସମାଗମରେ ଫାଟି ପଡୁଛି ଶ୍ରୀକ୍ଷେତ୍ର।

Previous ArticleNext Article

Send this to a friend