ପରଲୋକରେ ବିଶିଷ୍ଟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ

କଟକ(ଓଡ଼ିଶା ରିପୋର୍ଟର): ଆମ ଗହଣରେ ଆଉ ନାହାନ୍ତି ‘ଏ ବନର ଛାଇ’ ଓ ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ’ ଭଳି ଲୋକପ୍ରିୟ ଏଭରଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲଟର ଛକ ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ ଆଧୁନିକ ଗୀତର ଗୀତିକାର ଭାବେ ଓଡ଼ିଆ ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ।  ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ, ଫୁଲେଇ ରାଣୀ ସଜଫୁଲ, ଏ ବନର ଛାଇ, ଅନ୍ତରେ କାନ୍ଦେ ବାହାରେ ହସେ ମୁଁ, ସେଇ ଚୁନାଚୁନା ତାରାଫୁଲେ ଭଳି ଲୋକପ୍ରିୟ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରାୟ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତିକାର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ନାଁରେ ଅନେକ କବିତା ବହି ମଧ୍ୟ ରହିଛି।

୧୯୯୬ରେ ଶେଷ୍ଠ ଗୀତିକାର ପୁରସ୍କାର, ୨୦୦୦ରେ ଭକ୍ତକବି ସାଲବେଗ ପୁରସ୍କାର ଓ ସେହିବର୍ଷ ସମ୍ମାନଜନକ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ସ୍ୱର୍ଗତଃ ଗୁରୁକୃଷ୍ଣ ଗୋସ୍ୱାମୀ।

Ordigital Desk
• Published: Sunday, 06 May 2018
• Updated: 06 May 2018, 12:00 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ଆମ ଗହଣରେ ଆଉ ନାହାନ୍ତି ‘ଏ ବନର ଛାଇ’ ଓ ‘ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ’ ଭଳି ଲୋକପ୍ରିୟ ଏଭରଗ୍ରୀନ୍ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ। ଆଜି ସକାଳେ କଟକ ସେଲଟର ଛକ ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

ସେ ୧୯୩୪ ମସିହାରେ ବାରିପଦା ନିକଟରେ ଜନ୍ମଗ୍ରହଣ କରିଥିଲେ। ୧୬ଶହରୁ ଅଧିକ ଲୋକସଂଗୀତ, ଭଜନ ଜଣାଣ ଓ ଆଧୁନିକ ଗୀତର ଗୀତିକାର ଭାବେ ଓଡ଼ିଆ ସାହିତ୍ୟ, ଚଳଚ୍ଚିତ୍ର ଓ ସଂଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଉଲ୍ଲେଖନୀୟ।  ମୁଁ ଯେ ଜାଣେନା କାହା ବାଟ ରହିଛି ଚାହିଁ, ଫୁଲେଇ ରାଣୀ ସଜଫୁଲ, ଏ ବନର ଛାଇ, ଅନ୍ତରେ କାନ୍ଦେ ବାହାରେ ହସେ ମୁଁ, ସେଇ ଚୁନାଚୁନା ତାରାଫୁଲେ ଭଳି ଲୋକପ୍ରିୟ ଗୀତର ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରାୟ ୩୦ଟି ଓଡ଼ିଆ ଚଳଚ୍ଚିତ୍ରରେ ଗୀତିକାର ଦାୟିତ୍ୱ ତୁଲାଇଛନ୍ତି। ତାଙ୍କ ନାଁରେ ଅନେକ କବିତା ବହି ମଧ୍ୟ ରହିଛି।

୧୯୯୬ରେ ଶେଷ୍ଠ ଗୀତିକାର ପୁରସ୍କାର, ୨୦୦୦ରେ ଭକ୍ତକବି ସାଲବେଗ ପୁରସ୍କାର ଓ ସେହିବର୍ଷ ସମ୍ମାନଜନକ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ ସ୍ୱର୍ଗତଃ ଗୁରୁକୃଷ୍ଣ ଗୋସ୍ୱାମୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos