ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଆହତ

କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଗୁରୁତର ଆହତ ହୋଇଛି। ତାର ଦୁଇ ଗୋଡ଼ରେ  ୨ଟି ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍ ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ ବିଭୁକୁ ଏନକାଉଣ୍ଟର କରିଥିଲା। ଗତକାଲି ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବା ଜାଣି ତାକୁ ଧରିବାକୁ କୋରୁଆ ଫାଣ୍ଡି ପୋଲିସ ଓ ସ୍ପେଶାଲ ସ୍କାର୍ଡ ଟିମ୍‌ ରାତିରେ ଚଢ଼ାଉ କରିଥିଲେ। ହେଲେ […]

kendra1

kendra1

Rakesh Mallick
  • Published: Thursday, 31 May 2018
  • Updated: 31 May 2018, 07:44 AM IST

Sports

Latest News

କେନ୍ଦ୍ରାପଡ଼ା(ପ୍ରଭାତ ପରିଡ଼ା): କେନ୍ଦ୍ରାପଡ଼ାରେ ପୁଣି ପୋଲିସର ଏନ୍‌କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଭୁ ଓରଫ ପ୍ରତାପ ସାହୁ ଗୁରୁତର ଆହତ ହୋଇଛି। ତାର ଦୁଇ ଗୋଡ଼ରେ  ୨ଟି ଗୁଳି ବାଜିଛି। ତାକୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପୋଲିସ୍ ମାର୍ଶାଘାଇ ଅନ୍ତର୍ଗତ ଭଗବାନପୁରରେ ବିଭୁକୁ ଏନକାଉଣ୍ଟର କରିଥିଲା। ଗତକାଲି ବିଭୁ ପାଟକୁରା ଅଞ୍ଚଳକୁ ଆସିଥିବା ଜାଣି ତାକୁ ଧରିବାକୁ କୋରୁଆ ଫାଣ୍ଡି ପୋଲିସ ଓ ସ୍ପେଶାଲ ସ୍କାର୍ଡ ଟିମ୍‌ ରାତିରେ ଚଢ଼ାଉ କରିଥିଲେ। ହେଲେ ବିଭୁ ପୋଲିସ ଉପରକୁ ୩ ରାଉଣ୍ଡ  ଗୁଳି ଚଲାଇଥିଲା। ଏପହାପରେ ପୋଲିସ ପାଲଟା  ଜବାବ ଦେଇଥିଲା।

ବିଭୁ ୪ ବର୍ଷ ହେଲା ଫେରାର୍‌ ଥିଲା। ଦାଦାବଟି ମାଗିବା, ବୋମା ମାଡ଼, ଗୁଳିକାଣ୍ଡ, ହତ୍ୟା ଭଳି ୩୦ରୁ ଅଧିକ ମାମଲା ଜିଲ୍ଲା ତଥା ଜିଲ୍ଲା ବାହାରି ରହିଛି।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଡେରାବିଶରେ ଏସ. କେ. ଲାଲା ନାମକ ଜଣେ ଅପରାଧୀକୁ ଏନକାଉଣ୍ଟର କରିଥିଲା କେନ୍ଦ୍ରାପଡ଼ା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos