ବାରିପଦାରେ ଗର୍ଜିଲେ ହାର୍ଦ୍ଦିକ୍: ଶୁଣନ୍ତୁ କ’ଣ କହିଲେ ସେ

ବାରିପଦା,(ଓଡ଼ିଶା ରିପୋର୍ଟର):ବାରିପଦାରେ କୁଡୁମୀ ସେନାର ରଣହୁଙ୍କାର କୁଡୁମୀ । ସଂପ୍ରଦାୟକୁ ପୁନଃ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା ଦାବିରେ ଆୟୋଜିତ ହୋଇଛି ଅଧିକାର ରାଲି। ଏଥିରେ ସାମିଲ୍ ହୋଇ ଆନ୍ଦୋଳନକୁ ବଳ ଯୋଗାଇଛନ୍ତି ଗୁଜରାଟର ବିଶିଷ୍ଟ ପଟିଦାର ନେତା ହାର୍ଦ୍ଦିକ ପଟେଲ୍।  ସମାବେଶରେ କୁଡୁମୀ ଜାତିର ପ୍ରାୟ ୨୦ ହଜାର ଲୋକ ସାମିଲ ହୋଇଥିଲେ।  ଆଜି ଏକାଠି ହୋଇଥିଲେ ହଜାର ହଜାର ସଂଖ୍ୟାରେ ପୁରୁଷ ଓ ମହିଳା । ଆଉ ଏହି ଆନ୍ଦୋଳନକୁ ଶକ୍ତି ଯୋଗାଇବା ଲାଗି ପହଞ୍ଚିଥିଲେ ଗୁଜରାଟରେ ପାଟିଦାର ଆନ୍ଦୋଳନର ନେତୃତ୍ୱ ନେଇଥିବା ଯୁବନେତା ହାର୍ଦ୍ଦିକ ପଟେଲ।  ହାର୍ଦ୍ଦିକଙ୍କ ନେତୃତ୍ୱରେ ପଟିଦାରମାନେ ଏକାଠି ହେବା ସହ ରାଜ୍ୟବ୍ୟାପୀ ଜୋରଦାର ଆନ୍ଦୋଳନ କରିଥିଲେ।

ଯାହାକି ରାଜ୍ୟ ବିଜେପି ସରକାର ପାଇଁ ବିରାଟ ଆହ୍ୱାନ ସୃଷ୍ଟି କରିଥିଲା ।ଏହି ପ୍ରଭାବଶାଳୀ ଯୁବନେତାଙ୍କ ସହାୟତାରେ କୁଡୁମୀ ସମାଜ ସରକାରଙ୍କ ନିକଟରେ ନିଜ ବାର୍ତ୍ତା ପହଞ୍ଚାଇବା ଲାଗି ଉଦ୍ୟମ କରିଛି। ଐତିହାସିକ ଛଉ ମଇଦାନରେ ସାଧାରଣ ସଭାକୁ ସମ୍ବୋଧିତ କରି ଆଗାମୀ ପିଢ଼ି ପାଇଁ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ହାର୍ଦ୍ଦିକ ପଟେଲ।

ମୟୂରଭଞ୍ଜ ଜିଲ୍ଲାରେ ପାଖାପାଖି ୫ ଲକ୍ଷ କୁଡୁମୀ ମହାନ୍ତ ଲୋକ ବାସ କରନ୍ତି।  ସେମାନଙ୍କ ଅଭିଯୋଗ ୧୯୫୯ ମସିହା ପର୍ଯ୍ୟନ୍ତ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିଥିଲା।  କିନ୍ତୁ ଏହା ପରଠୁ ସେମାନଙ୍କଠାରୁ ଏହି ମାନ୍ୟତା କାଢ଼ି ନିଆଯାଇଥିଲା ଯାହାଫଳରେ ସେମାନେ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଯଦି ସେମାନଙ୍କ ଦାବି ଯଥାଶୀଘ୍ର ପୂରଣ ନ ହୁଏ ତେବେ ଆନ୍ଦୋଳନ ଆଗକୁ ଆହୁରି ତିବ୍ର ହେବ ବୋଲି ଚେତାବନୀ ଦେଇଛି କୁଡୁମୀ ସେନା ।  କେବଳ ଓଡ଼ିଶା ନୁହେଁ ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆସାମର କୁଡ଼ମୀ ସଂପ୍ରଦାୟର ନେତାମାନେ ବି ଆଜିର ସମାବେଶରେ ସାମିଲ ହୋଇଥିଲେ।

Ordigital Desk
• Published: Sunday, 11 March 2018
• Updated: 11 March 2018, 08:31 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos