ହେଡ୍‌ସାର୍‌ ଆମକୁ ଡାକୁଥିଲେ, କହୁଥିଲେ-ଗୋଡ଼ ମୋଡ଼...

କୋଣାର୍କ (ସଞ୍ଜୟ ପତି): ପୁଣି ଲାଗିଲା ପବିତ୍ର ସମ୍ପର୍କରେ ପାପର ଛିଟା। କଳଙ୍କିତ ହୋଇଛି ଗୁରୁ-ଶିଷ୍ୟର ସମ୍ପର୍କ। ଶିକ୍ଷାର ମନ୍ଦିରରେ ଲାଗିଛି କଳଙ୍କର ଛିଟା। ଆଜି ଏପରି ଅଭିଯୋଗ ଆସିଛି ଜଣେ ପ୍ରଧାନସାର୍‌ଙ୍କ ବିରୋଧରେ। ସେ ଛାତ୍ରୀଙ୍କୁ ଡାକି ଗୋଡ଼ ମୋଡ଼ିବାକୁ କହୁଥିଲେ। ଏପରିକି ପ୍ରଧାନସାର୍‌ ଅଶ୍ଲୀଳ ଇଙ୍ଗିତ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ବ୍ଲକ ସୁନାରୀବସ୍ତ ପ୍ରକଳ୍ପ ବିଦ୍ୟାଳୟରେରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି […]

rape

rape

Rakesh Mallick
  • Published: Tuesday, 24 April 2018
  • Updated: 24 April 2018, 05:52 PM IST

Sports

Latest News

କୋଣାର୍କ (ସଞ୍ଜୟ ପତି): ପୁଣି ଲାଗିଲା ପବିତ୍ର ସମ୍ପର୍କରେ ପାପର ଛିଟା। କଳଙ୍କିତ ହୋଇଛି ଗୁରୁ-ଶିଷ୍ୟର ସମ୍ପର୍କ। ଶିକ୍ଷାର ମନ୍ଦିରରେ ଲାଗିଛି କଳଙ୍କର ଛିଟା। ଆଜି ଏପରି ଅଭିଯୋଗ ଆସିଛି ଜଣେ ପ୍ରଧାନସାର୍‌ଙ୍କ ବିରୋଧରେ। ସେ ଛାତ୍ରୀଙ୍କୁ ଡାକି ଗୋଡ଼ ମୋଡ଼ିବାକୁ କହୁଥିଲେ। ଏପରିକି ପ୍ରଧାନସାର୍‌ ଅଶ୍ଲୀଳ ଇଙ୍ଗିତ କରୁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ପୁରୀ ଜିଲ୍ଲା କାକଟପୁର ବ୍ଲକ ସୁନାରୀବସ୍ତ ପ୍ରକଳ୍ପ ବିଦ୍ୟାଳୟରେରେ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ପୋଲିସ ମାମଲା ରୁଜୁ କରି ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିବା ଜଣାପଡିଛି।

ଗତ ୩ ବର୍ଷ ଧରି ମାନସ ମିଶ୍ର ସୁନାରୀବସ୍ତ ପ୍ରକଳ୍ପ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେ ବିଭିନ୍ନ ସମୟରେ ଛାତ୍ରୀଙ୍କୁ ଡ଼ାକି ଗୋଡ଼ ମୋଡ଼ିବାକୁ କହୁଥିଲେ। ଗତକାଲି ମଧ୍ୟ ପ୍ରଧାନଶିକ୍ଷକ ଦୁଇ ଜଣ ଛାତ୍ରୀଙ୍କୁ ଡାକି ଗୋଡ଼ ମୋଡ଼ିକାକୁ କହିଥିଲେ। ଛାତ୍ରୀମାନେ ଗୋଡ଼ ମୋଡ଼ିବା ପରେ ପ୍ରଧାନଶିକ୍ଷକ ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଏପରିକି ଅଶ୍ଲୀଳ ଭାଷାରେ ଗାଳି ଦେଇଥିଲେ। ଏନେଇ ଛାତ୍ରୀମାନେ ନିଜ ବାପା ଓ ମାଆଙ୍କୁ କହିଥିଲେ। ପ୍ରଧାନଶିକ୍ଷକଙ୍କ ଏପରି କାର୍ଯ୍ୟକୁ ବିରୋଧ କରି ଆଜି ଅଭିଭାବକମାନେ ସ୍କୁଲ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ଏପରିକି ପ୍ରଧାନଶିକ୍ଷକଙ୍କ ଗିରଫ ଦାବି କରିଥିଲେ। ପୋଲିସ ସ୍କୁଲରେ ପହଞ୍ଚି ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ଛାତ୍ରୀଙ୍କ ଦ୍ୱାରା ଗୋଡ଼ ମୋଡ଼ା ଖାଇଥିବା ଘଟଣାକୁ ସିଆର୍‌ସିସି ସ୍ୱୀକାର କରିଛନ୍ତି। ଏନେଇ ସେ ବିଇଓଙ୍କୁ ଅବଗତ କରାଇଛନ୍ତି। ତେବେ ବିଇଓଙ୍କ କାର୍ଯ୍ୟାନୁଷ୍ଠାନକୁ ଲକ୍ଷ୍ୟ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos