ସ୍ମାର୍ଟ ସିଟିକୁ ଓହ୍ଲାଇ ଆସିଲେ ସୂର୍ଯ୍ୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷା ହୋଇଛି। ଟାଇଁ ଟାଇଁ ଖରାରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ଦ୍ୱି’ପହରରେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଇଥିଲା। ସେତେ ଯେମିତି ସୂର୍ଯ୍ୟ ଦେବତା ସ୍ମାର୍ଟ ଓହ୍ଲାଇ ଆସିଲେ। ଭୁବନେଶ୍ୱର ହେଉଛି ରାଜ୍ୟ ସବୁଠାରୁ ଉତପ୍ତ ସହର। ଏଠାରେ ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ରହିଛି। ଏହା ପଛକୁ ବଲାଙ୍ଗିର ଓ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।  […]

15727

15727

Rakesh Mallick
  • Published: Monday, 16 April 2018
  • Updated: 16 April 2018, 06:30 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ରାଜଧାନୀ ଭୁବନେଶ୍ୱରରେ ନିଆଁ ବର୍ଷା ହୋଇଛି। ଟାଇଁ ଟାଇଁ ଖରାରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ଦ୍ୱି’ପହରରେ ରାସ୍ତାଘାଟ ଶୂନ୍‌ଶାନ ହୋଇଯାଇଥିଲା। ସେତେ ଯେମିତି ସୂର୍ଯ୍ୟ ଦେବତା ସ୍ମାର୍ଟ ଓହ୍ଲାଇ ଆସିଲେ।

ଭୁବନେଶ୍ୱର ହେଉଛି ରାଜ୍ୟ ସବୁଠାରୁ ଉତପ୍ତ ସହର। ଏଠାରେ ତାପମାତ୍ରା ୪୧. ୨ ଡିଗ୍ରୀ ସେଲସିୟସ ରହିଛି। ଏହା ପଛକୁ ବଲାଙ୍ଗିର ଓ ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।  ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ହୀରାକୁଦ, ଝାରସୁଗୁଡ଼ା ଓ ତାଳଚେରର ତାପମାତ୍ରା ୪୦.୬ ଡିଗ୍ରୀ ରହିଛି। ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୪୦.୪, ଅନୁଗୋଳ ୪୦.୩, ମାଲକାନଗିରି ୪୦.୨ ସମ୍ବଲପୁର ୪୦ ଓ କଟକର ତାପମାତ୍ରା ୩୮.୫ ଡିଗ୍ରୀ ସେଲସିୟସ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos