ଜଳୁଛି ରାଜଧାନୀ: ଆଜି ତାପମାତ୍ରା କେତେ ଅଛି ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ପ୍ରବଳ ଖରାରେ ଭାଜି ହେଉଛି ରାଜଧାନୀ ଭୁବନେଶ୍ୱର। ଆଜି ଦିନ ୧୨ଟା ୩୦ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ ପାର ହୋଇଯାଇଛି। ଗତ ତିନିଦିନ ହେଲାଣି ଭୁବନେଶ୍ୱର ସର୍ବାଧିକ ଉତ୍ତପ୍ତ ସହର ରହି ଆସିଛି। ସେହିପରି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିବା ଜଣାପଡ଼ିଛି।

ଗତକାଲି ଦିନ ସାଢ଼େ ୧ଟା ସୁଦ୍ଧା ଭୁବନେଶ୍ୱର ତାପମାତ୍ରା ୪୨.୩ ଡିଗ୍ରୀ ସେଲସିୟସ ଥିଲା। ଅବସ୍ଥା ଏଭଳି ହୋଇଛି ଯେ, ଦିନ ୯ଟା ପରେ ଆଉ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି।

Previous ArticleNext Article

Send this to a friend