ଆଉ କେତେଦିନ ଆକାଶରୁ ଖସିବ ଅଗ୍ନିପିଣ୍ଡୁଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଆହୁରି ୫ଦିନ ଯାଏଁ ସମାନ ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ […]

girl,,,

girl,,,

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 01:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ଅସ୍ତବ୍ୟସ୍ତ ଜନଜୀବନ। ରାଜ୍ୟରେ ଆହୁରି ୫ଦିନ ଯାଏଁ ସମାନ ସ୍ଥିତି ଲାଗି ରହିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ ଦିନବେଳେ ଘରୁ ଗୋଡ଼ କାଢ଼ିବା ବି ମୁସକିଲ୍ ହେଇପଡୁଛି। ଖରାରୁ ଟିକେ ମୁକ୍ତି ପାଇବା ପାଇଁ ବିଭିନ୍ନ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି।

ଅନୁଗୋଳ ଏବଂ ତାଳଚେରରେ ମଧ୍ୟ ତାପମାତ୍ର ୪୦ଡିଗ୍ରୀ ପରେ ରହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରବଳ ଖରାର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ମଧ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos