ପୁଣି ବଢ଼ିଲା ତାତି,୯ଟି ସହରରେ ୪୦ ଡିଗ୍ରୀ ଟପିଲା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ତାତି ବଢୁଛି। ଆଗକୁ ଆହୁରି ୩ରୁ ୪ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହାସହ ଅପରାହ୍ନ ୪ଟାରୁ ରାତି ୯ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା କରିଛି ପାଣିପାଗ ବିଭାଗ।

ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରହିଥିଲା।  ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡ଼ିନାହିଁ, ସେପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। ବାଲେଶ୍ୱରରେ ବର୍ଷା ଯୋଗୁଁ ଲୋକେ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିଲେ।

Ordigital Desk
• Published: Friday, 20 April 2018
• Updated: 20 April 2018, 07:35 AM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ତାତି ବଢୁଛି। ଆଗକୁ ଆହୁରି ୩ରୁ ୪ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏହାସହ ଅପରାହ୍ନ ୪ଟାରୁ ରାତି ୯ଟା ମଧ୍ୟରେ କାଳବୈଶାଖୀ ଆଶଙ୍କା କରିଛି ପାଣିପାଗ ବିଭାଗ।

ଗତକାଲି ରାଜ୍ୟର ୯ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ୪୨.୬ ଏବଂ ଟିଟିଲାଗଡ଼ରେ ୪୨.୫ ଡିଗ୍ରୀ ରହିଥିଲା।  ଯେ ପର୍ଯ୍ୟନ୍ତ ସାଇକ୍ଲୋନ୍ ସର୍କୁଲେସନ୍ ବା ଟ୍ରପ୍ ଲାଇନ୍ ପଡ଼ିନାହିଁ, ସେପର୍ଯ୍ୟନ୍ତ ତାପମାତ୍ରା କମିବାର ସମ୍ଭାବନା କ୍ଷୀଣ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଗତକାଲି ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିଲା। ବାଲେଶ୍ୱରରେ ବର୍ଷା ଯୋଗୁଁ ଲୋକେ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos