ତାତିର ପ୍ରକୋପରେ ଅଥୟ ସାରା ଓଡ଼ିଶା

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖରାଦିନ ନ ଆସିବା ପୂର୍ବରୁ ରାଜ୍ୟରେ ଦେଖା ଦେଲାଣି ତାତିର ପ୍ରକୋପ। ରାଜଧାନୀ ଭୁବନେଶ୍ୱରରେ ପାରଦ ୩୯ ଡିଗ୍ରୀ ଛୁଇଁ ଥିବା ବେଳେ ଆଗକୁ ତାତିର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨ ସପ୍ତାହ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୩୯ ଡିଗ୍ରୀ ପାର ହେଉଛି। ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।</p> <p>ଓଡ଼ିଶାକୁ ଦକ୍ଷିଣ ଦିଗରୁ ବାୟୁ ପ୍ରବାହିତ ହେବା ସହ ମେଘମୁକ୍ତ ଆକାଶ ଯୋଗୁଁ ତାତି ବଢ଼ାଇବ ବୋଲି ପାଣିପାଗ ବିଭାଗ କହିଛି। ଉପକୂଳ ଓଡ଼ିଶା ସହ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଏହାର ପ୍ରଭାବରେ ଓଡ଼ିଶାରେ ଲୁ&rsquo; ବୋହିବ। ଯଦି କାଳବୈଶାଖୀ ହୁଏ, ତେବେ ତାପମାତ୍ରା ସାମାନ୍ୟ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।</p>

Ordigital Desk
  • Published: Wednesday, 07 March 2018
  • Updated: 07 March 2018, 08:13 AM IST

Sports

Latest News

<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଖରାଦିନ ନ ଆସିବା ପୂର୍ବରୁ ରାଜ୍ୟରେ ଦେଖା ଦେଲାଣି ତାତିର ପ୍ରକୋପ। ରାଜଧାନୀ ଭୁବନେଶ୍ୱରରେ ପାରଦ ୩୯ ଡିଗ୍ରୀ ଛୁଇଁ ଥିବା ବେଳେ ଆଗକୁ ତାତିର ପ୍ରକୋପ ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଗତ ୨ ସପ୍ତାହ ହେବ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀରୁ ଅଧିକ ରହୁଛି। ଗୋଟିଏ ଦୁଇଟି ସ୍ଥାନରେ ପାରଦ ୩୯ ଡିଗ୍ରୀ ପାର ହେଉଛି। ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।</p><p>ଓଡ଼ିଶାକୁ ଦକ୍ଷିଣ ଦିଗରୁ ବାୟୁ ପ୍ରବାହିତ ହେବା ସହ ମେଘମୁକ୍ତ ଆକାଶ ଯୋଗୁଁ ତାତି ବଢ଼ାଇବ ବୋଲି ପାଣିପାଗ ବିଭାଗ କହିଛି। ଉପକୂଳ ଓଡ଼ିଶା ସହ ପଶ୍ଚିମ, ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିର ପ୍ରକୋପ ଅଧିକ ରହିବ। ଏହାର ପ୍ରଭାବରେ ଓଡ଼ିଶାରେ ଲୁ&rsquo; ବୋହିବ। ଯଦି କାଳବୈଶାଖୀ ହୁଏ, ତେବେ ତାପମାତ୍ରା ସାମାନ୍ୟ ହ୍ରାସ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos