ଆଜି ପ୍ରବଳ ବର୍ଷିବ, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ପବନ ମଧ୍ୟ ବୋହିବ। ଏଥିପାଇଁ ୮ ଜିଲ୍ଲାବାସୀଙ୍କୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି ଅନୁଗୋଳ, କୋରାପୁଟ, ଗଂଜାମ, ଗଜପତି, ରାୟଗଡ଼ା, ଝାରସୁଗୁଡ଼ା, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏପରିକି ପବନ ମଧ୍ୟ ବୋହିବ। ପବନର ବେଗ ୫୦ରୁ ୬୦ କିମି ରହିବ। ଘଡ଼ଘଡ଼ି ମଧ୍ୟ […]

rain

rain

Rakesh Mallick
  • Published: Tuesday, 22 May 2018
  • Updated: 22 May 2018, 04:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ପବନ ମଧ୍ୟ ବୋହିବ। ଏଥିପାଇଁ ୮ ଜିଲ୍ଲାବାସୀଙ୍କୁ ସତର୍କ କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି ଅନୁଗୋଳ, କୋରାପୁଟ, ଗଂଜାମ, ଗଜପତି, ରାୟଗଡ଼ା, ଝାରସୁଗୁଡ଼ା, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏପରିକି ପବନ ମଧ୍ୟ ବୋହିବ। ପବନର ବେଗ ୫୦ରୁ ୬୦ କିମି ରହିବ। ଘଡ଼ଘଡ଼ି ମଧ୍ୟ ମାରିବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ତେଣୁ ଏହି ସମୟ ଭିତରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଗତ କିଛି ଦିନ ଧରି ସକାଳେ ପାଗ କାଉଁଳିଆ ରହୁଛି। ମଧ୍ୟାହ୍ନରେ ମୁଣ୍ଡଫଟା ଖରା ହେଉଛି। ଅପରାହ୍ନରେ ଧୂଳି ଝଡ଼ ହେବା ସହିତ ବର୍ଷା ହେଉଛି। ଘଡ଼ଘଡ଼ି ମାଧ୍ୟ ମାରୁଛି। ଦୁଇ ଦିନ ତଳେ ବଜ୍ରପାତରେ ୫ ଜଣଙ୍କ ମୃତ୍ୟୁହୋଇଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos