ସମ୍ୱଲପୁରରେ ଲଗାଣ ବର୍ଷା: ତଳିଆ ଅଞ୍ଚଳ ଲୋକେ ଜଳବନ୍ଦୀ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି। ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ସମ୍ବଲପୁର ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି।  ସେଠାରେ ୧୫ ଶହରୁ ଅଧିକ ଲୋକଙ୍କୁ ରଖାଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ନିଜେ ଆଶ୍ରୟ ସ୍ଥଳ କଥା […]

sambalpur

sambalpur

Rakesh Mallick
  • Published: Sunday, 22 July 2018
  • Updated: 22 July 2018, 12:34 PM IST

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରବାସୀଙ୍କ ଅବସ୍ଥା ବେହାଲ୍‌ ହୋଇପଡ଼ିଛି। ଗତକାଲିଠୁ ଆରମ୍ଭ ହୋଇଥିବା ବର୍ଷା ଏବେ ବି ଜାରି ରହିଛି।

ସହରରେ ୪୯୦ ମିଲିମିଟର ବର୍ଷା ହୋଇଥିବା ସମ୍ବଲପୁର ଜିଲ୍ଲାପାଳ  ସୂଚନା ଦେଇଛନ୍ତି। ଲୋକଙ୍କ ପାଇଁ ୩୪ଟି ଆଶ୍ରୟସ୍ଥଳୀ ଖୋଲା ଯାଇଛି।  ସେଠାରେ ୧୫ ଶହରୁ ଅଧିକ ଲୋକଙ୍କୁ ରଖାଯାଇଛି। ଲୋକଙ୍କୁ ଶୁଖିଲା ଖାଦ୍ୟ ଦିଆଯାଉଛି। ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ଜିଲ୍ଲାପାଳ ନିଜେ ଆଶ୍ରୟ ସ୍ଥଳ କଥା ବୁଝୁଛନ୍ତି।

ଲୋକଙ୍କ ପାଇଁ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି ହୋଇଛି। ନମ୍ୱର ଗୁଡ଼ିକ ହେଉଛି ୦୬୬୩-୨୪୧୨୪୦୭  କିମ୍ବା ୧୦୭୭। ଏହି ନମ୍ବରରେ କଲ୍ କରି ଲୋକେ ନିଜ ଅସୁବିଧା ସମ୍ପର୍କରେ ଜଣାଇ ପାରିବେ।

ଲଗାତର ଦୁଇ ଦିନ ଧରି ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଛି। ମୁଖତଃ ସହରର ତଳି ଅଞ୍ଚଳ ଓ ବୁର୍ଲା ଏବଂ ହୀରାକୁଦ ଅଞ୍ଚଳରେ ଲୋକେ ଜଳବନ୍ଦୀ ଭାବେ ଜୀବନ କାଟୁଛନ୍ତି। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଲଗାଣ ବର୍ଷାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି,“ ଲଗାଣ ବର୍ଷାରେ ସମ୍ବଲପୁରର ୬ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୨୬ଟି ଘର ଭାଙ୍ଗି ଯାଇଛି। ଏହାସହ ବୁର୍ଲାରେ ସର୍ବାଧିକ ୬୨୨ ମିଲିମିଟର ବର୍ଷା ହୋଇଥିବା  ରେକର୍ଡ ହୋଇଛି ।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos