୧୧ତାରିଖ ଯାଏଁ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇପଡ଼ିଛି। ୪୪.୪ ଡିଗ୍ରୀ ସହ ସହ ଗତକାଲି ଝାରସୁଗୁଡ଼ା ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଆସନ୍ତା ୧୨ ତାରିଖ ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠୁ ୧୧ ତାରିଖ ଯାଏଁ କେନ୍ଦୁଝର, ମୟୂରଭଞ୍ଜ ସମେତ […]

weather-1-759

weather-1-759

Rakesh Mallick
  • Published: Wednesday, 09 May 2018
  • Updated: 09 May 2018, 09:28 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଗତକାଲି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇପଡ଼ିଛି। ୪୪.୪ ଡିଗ୍ରୀ ସହ ସହ ଗତକାଲି ଝାରସୁଗୁଡ଼ା ଥିଲା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର।

ଆସନ୍ତା ୧୨ ତାରିଖ ଯାଏଁ ଏହି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆଜିଠୁ ୧୧ ତାରିଖ ଯାଏଁ କେନ୍ଦୁଝର, ମୟୂରଭଞ୍ଜ ସମେତ ରାଜ୍ୟର ଉପକୂଳ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ଏସବୁ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ରହିଛି। ଓଡ଼ିଶା ସମେତ ୨୦ଟି ରାଜ୍ୟକୁ ଝଡ଼ ତୋଫାନ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos