ଅକ୍ଷୟ ତୃତୀୟାରେ ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ନିଶା: କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନା ବୋହିନେଲେ ଟ୍ୱିନ୍‌ସିଟି ବାସୀ

ବିଶ୍ୱାସ ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏଥିପାଇଁ ଆଜି ରାଜଧାନୀର ବିଭିନ୍ନ ସୁନା ଦୋକାନରେ ଆକର୍ଷଣୀୟ ଅଫର ରହିଥିବାବେଳେ, ଅଳ୍ପ ବହୁତ ସୁନା କିଣିବା ପାଇଁ ସବୁ ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଭିଡ଼। ସବୁଠି ଆକର୍ଷଣୀୟ ଅଫର। କେଉଁଠି ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ମେକିଂରେ ୨୫ ପ୍ରତିଶତ ଛାଡ ରହିଛି ତ ଆଉ କେଉଁଠି ୫୦ ପ୍ରତିଶତ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ନୂଆ ଡିଜାଇନ୍। ପବିତ୍ର ଅକ୍ଷୟ […]

_GOLD_

_GOLD_

Rakesh Mallick
  • Published: Wednesday, 18 April 2018
  • Updated: 18 April 2018, 07:27 PM IST

Sports

Latest News

ବିଶ୍ୱାସ ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ। ଏଥିପାଇଁ ଆଜି ରାଜଧାନୀର ବିଭିନ୍ନ ସୁନା ଦୋକାନରେ ଆକର୍ଷଣୀୟ ଅଫର ରହିଥିବାବେଳେ, ଅଳ୍ପ ବହୁତ ସୁନା କିଣିବା ପାଇଁ ସବୁ ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଭିଡ଼। ସବୁଠି ଆକର୍ଷଣୀୟ ଅଫର। କେଉଁଠି ଗ୍ରାହକଙ୍କୁ ଆକୃଷ୍ଠ କରିବା ପାଇଁ ମେକିଂରେ ୨୫ ପ୍ରତିଶତ ଛାଡ ରହିଛି ତ ଆଉ କେଉଁଠି ୫୦ ପ୍ରତିଶତ। ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ନୂଆ ଡିଜାଇନ୍। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀର ବିଭିନ୍ନ ସୁନା ଦୋକାନରେ। ବିଶ୍ୱାସ ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି। ଏଥିପାଇଁ ବିଭିନ୍ନ ଦୋକାନରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଭିଡ଼।

କଟକରେ ମଧ୍ୟ ସମାନ ଦୃଶ୍ୟ। ଅକ୍ଷୟ ତୃତୀୟ ଅବସରରେ କଟକର ବିଭିନ୍ନ ସୁନା ଦୋକାନରେ ଆକର୍ଷଣୀୟ ଅଫର ସାଙ୍ଗକୁ ଲକି ଡ୍ର ରହିଥିବାବେଳେ ସବୁଠି ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଭିଡ। ତେବେ ଚଳିତ ବର୍ଷ ସୁନା ଦର ସାମାନ୍ୟ ଉଚ୍ଚା ଥିବା ଗ୍ରାହକ କହିଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବ୍ୟବସାୟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଓଡିଶା ବଜାରକୁ ପ୍ରାୟ ୭ କ୍ୱିଣ୍ଟାଲ୍‌ ସୁନା ଆସିଥିବା କୁହାଯାଉଛି। ଯାହାର ଦାମ ପ୍ରାୟ ୨୦୦କୋଟି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos