ବାଲାନ୍ସ ଫେଲ୍‌; ସିଆର୍‌ପିଏଫ୍‌ ହେଲିକପ୍ଟରର କ୍ରାସ୍ ଲ୍ୟାଣ୍ଡିଂ

helicopter

ଭୁବନେଶ୍ୱର: ହେଲିକପ୍ଟର ବାଲାନ୍ସ ଫେଲ୍।  ଅାଉ ତା’ପରେ କ୍ରାସ୍ ଲ୍ୟାଣ୍ଡିଂ।  ଏଭଳି ଏକ ଘଟଣା ଘଟିଥିଲା ଗତ ବୁଧବାର ଛତିଶଗଡର ସୁକ୍‌ମା ଜିଲ୍ଲାରେ। ସୁକମାରେ ମାଓବାଦୀ ହମଲା ପରେ ସିଆର୍‌ପିଏଫ୍‌ର କୋବ୍ରା ବାଟାଲିୟରନ ଦୁଇ ଅଧିକାରୀ ଓ ଜଣେ କମାଣ୍ଡୋଙ୍କୁ ନେଇ ଚିନ୍ତାଗୁମ୍ଫା କ୍ୟାମ୍ପକୁ ଅାସୁଥିଲା ଏହି ଘରୋଇ ହେଲିକପ୍ଟର। ତେବେ ହେଲିକପ୍ଟରଟି ଅବତରଣ କରିବା ବେଳେ ବାଲାନ୍ସ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା।  ସୌଭାଗ୍ୟବଶତଃ ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ୨ ପାଇଲଟଙ୍କ ସହ ଅନ୍ୟ ୩ ଜଣ ସାମାନ୍ୟ ଅାହତ ହୋଇଥିଲେ।

ସୂଚନାଯୋଗ୍ୟ, ଯବାନଙ୍କୁ ନେବେ ଆଣିବା ପାଇଁ ସିଆର୍‌ପିଏଫ୍‌ ଏହି ହେଲିକପ୍ଟରକୁ ଭଡ଼ା ସୂତ୍ରରେ ନେଇଛି।

Previous ArticleNext Article

Send this to a friend